ବିର୍ସା ମୁଣ୍ଡାଙ୍କ 150-ତମ ଜୟନ୍ତୀ ପାଳିତ

ବାରିପଦା(କ:ବ୍ଯୁ)
ତା୧୫\୧୧\୨୫ ମହାନ ଆଦିବାସୀ ସ୍ୱଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପବିତ୍ର ଏକ ଶହ ପଚାଶ-ତମ ପବିତ୍ର ଜନ୍ମ ବାର୍ଷିକୀ ଏଠାରେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ଶନିବାର ପୂର୍ବାହ୍ନରେ ଏହି ଉପଲକ୍ଷେ ନିକଟସ୍ଥ ପୋଡ଼ା ଅସ୍ତିଆ ଛକ ଠାରେ ସହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ସେହି ଅମର ବୀରଙ୍କ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ବାରିପଦା ବିଧାୟକ ପ୍ରକାଶ ଚନ୍ଦ୍ର ସୋରେନ, ସାରସକଣା ବିଧାୟକ ଭାଦବ ଚନ୍ଦ୍ର ହାଁସଦା, ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ମନ୍ତ୍ରୀ ସୁଦାମ ମାରଣ୍ଡି, ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ, ବରିଷ୍ଠ ନେତା ଫାଗୁ ହାଁସଦା, ଫକୀର ସିଂ, ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ନାଏକ ତଥା ବହୁ ବିଶିଷ୍ଟ ବ୍ୟକ୍ତି ଓ ଜନ ସାଧାରଣ ଉପସ୍ଥିତ ଥିଲେ। ବିର୍ସା ମୁଣ୍ଡାଙ୍କ ସଂଘର୍ଷର କାହାଣୀ ଉପରେ ଏ ଅବସରରେ ବକ୍ତାମାନେ ଆଲୋକପାତ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *