ବିଶ୍ବ ମଧୁମେହ ରୋଗ ଦିବସ World Diabetes Day✍️14th Nov.

ମାନବ ଜୀବନ ଅତୀବ ଦୁର୍ଲଭ
ସ୍ବାସ୍ଥ୍ୟରକ୍ଷା ପ୍ରତି ଧ୍ୟାନ,
ରାଜ୍ୟ’ଠାରୁ କେନ୍ଦ୍ର ଶୁଭଦୃଷ୍ଟି ପରେ
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ମାନବ ଶରୀର ରୋଗ-ବ୍ଯାଧିପୂର୍ଣ୍ଣ
ଅସତର୍କତାର ଫଳ,
ମଧୁମେହ ରୋଗ ତା’ ମଧ୍ଯରୁ ଏକ
ଶରୀର କରେ ଦୁର୍ବଳ ।

ଦେହ ହାତ-ଗୋଡ଼ କମର ଗଣ୍ଠି ଯେ’
ଘୋଳାବିନ୍ଧା ତା’ ଲକ୍ଷଣ,
ମୁଣ୍ଡ ବୁଲାଇବା ରକ୍ତଚାପ ଆଉ
ହୃଦାଘାତ ସୃଷ୍ଟି ଜାଣ ।

ବହୁମୂତ୍ର ରୋଗୀ ଶରୀର ଅବଶ
ଜ୍ଞାନେନ୍ଦ୍ରିୟ ଶକ୍ତି ହ୍ରାସ,
କାର୍ଯ୍ୟରେ ହାଲିଆ ଶୁଖେ ନାହିଁ ଘାଆ
ଅନ୍ଯାନ୍ଯ ରୋଗ ଆକ୍ରୋଶ ।

ପ୍ରତିକାର’ ଠାରୁ ପ୍ରତିଷେଧକରେ
ଏହି ରୋଗେ ଥିଲେ ଧ୍ୟାନ,
ମିଠାଖାଦ୍ଯ ଆଉ ତେଲ-ମସଲାରୁ
ଦୂରେଇଲେ ନିୟନ୍ତ୍ରଣ ।

ବଳପ୍ରୟୋଗରେ ଖେଳକୁଦ ଅବା
ଶାରୀରିକ କାର୍ଯ୍ୟକ୍ରମ,
ଯୋଗ ଓ ବ୍ୟାୟାମ ଆୟୁର୍ବେଦ ପଥି
ମଧୁମେହ ଉପଶମ ।

ସୁସ୍ବାସ୍ଥ୍ଯକରଣ ସଚେତନ ଜ୍ଞାନ
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ,
ଊନବିଂଶ ଶତ ଏକାନବେ ସନ
ନଭେମ୍ବର ଚୌଦ ଦିନ ।

ନିରାମୟ ସ୍ବାସ୍ଥ୍ୟେ ନିର୍ମଳ ହୃଦୟେ
ପ୍ରତିଭା ହୁଏ ବିକାଶ,
ସ୍ବାସ୍ଥ୍ୟରକ୍ଷା ପ୍ରତି ସଯତ୍ନ ସଂଜ୍ଞାନ
ଭାଳେ ଶମ୍ଭୁନାଥ ଦାସ ।

Leave a Reply

Your email address will not be published. Required fields are marked *