ଶୁଭ ପ୍ରଥମାଷ୍ଟମୀ

ଉତ୍କଳ ସଂସ୍କୃତି ପଢ଼ୁଆଁ ଅଷ୍ଟମୀ
ଶୁଭ ମାସ ମାର୍ଗଶିର,
ଜ୍ୟେଷ୍ଠ ପୁତ୍ର-କନ୍ୟା ନବ-ବସ୍ତ୍ର ପିନ୍ଧି
ବନ୍ଦାପନା’ରେ ଆଦର ।

ମାମୁଁ ଘରୁ ଆସେ ନବ-ବସ୍ତ୍ର ସାଥେ
ମିଠେଇ ପୋଢ଼ୁଆଁ ଭାର,
ମାମୁଁ ମାଈଁ ସାଥେ ଭଣଜା ଭାଣିଜୀ
ପବିତ୍ର ସଂପର୍କ ଡୋର ।

ସର୍ବ ପରିବାରେ ଆନନ୍ଦ ଲହରୀ
ହସ-ଖୁସି’ର ସୁଦିନ,
ପିଠା ପଣା ମଧ୍ୟେ ଏଣ୍ଡୁରି ପିଠା ଯେ’
ଏ ପର୍ବେ ବିଧି-ବିଧାନ ।

ହଳଦୀ-ପତ୍ରର ବାସ୍ନା ମହ-ମହ
ଏଣ୍ଡୁରି ପିଠା ସୁଆଦ,
ବିଭିନ୍ନ ପର୍ବରେ ଭିନ୍ନ ପିଠା-ପଣା
ସତେ ସଂସ୍କୃତିର ସାଧ !

ପ୍ରଥମାଷ୍ଟମୀ’ର ସଂପ୍ରୀତି ଶୁଭେଚ୍ଛା
ଉତ୍କଳୀୟ ବନ୍ଧୁଗଣ,
ପୁଣ୍ୟ ଉତ୍କଳର ଶୁଭ ସଂସ୍କୃତିରେ
ସର୍ବେ ଭବନ୍ତୁ ସୁଖିନଃ !

Leave a Reply

Your email address will not be published. Required fields are marked *