ନୟାଗଡ : ପଂଚାୟତ ର ଉର୍ନ୍ନତି ମୂଳକ କାର୍ଯ୍ୟ ର RTI ମାଗିବାରୁ ଯୁବକ ଙ୍କୁ ମରଣାତ୍ମକ ଆକ୍ରମଣ। ଗୁରୁତର ଅବସ୍ଥାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଭତ୍ରୀ। ନୟାଗଡ ଜ଼ିଲ୍ଲା ସଦରଥାନା ଅନ୍ତର୍ଗତ କାଳିକାପ୍ରସାଦ ଗାଁ ର ଅଶୋକ ଭଟ୍ଟ ତାଙ୍କ ବାଇକ ଯୋଗେ ନୟାଗଡ ରୁ କାଳିକାପ୍ରସାଦ ଗାଁ କୁ ଯାଉଥିଲେ। ସ୍ଥାନୀୟ ଅଂଚଳ ର ୩ ରୁ ୪ ଯୁବକ ତାଙ୍କୁ ରାସ୍ତା ରେ ଅଟକାଇ ଥିଲେ। ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ରାସ୍ତା ରେ ଯାଉଥିବା କିଛି ଯୁବକ ତାଙ୍କୁ ଉଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ। ଗୁରୁତର ଥିବାରୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଭତ୍ରୀ କରାଯାଇଛି। ସଦରଥାନା ପୋଲିସ ଏକ ମାମଲା ରୁଜୁ କରି ଏନେଇ ତଦନ୍ତ ଚଳାଇଛି। ଅଶୋକ କିଛି ଦିନ ତଳେ ପଂଚାୟତ ର ଉର୍ନ୍ନତି ମୂଳକ କାର୍ଯ୍ୟ ସଠିକ ରୂପେ ହୋଇନଥିବା ଦର୍ଶାଇ ନୟାଗଡ ବ୍ଲକ ରେ RTI ମାଗିଥିଲେ। ତାହାକୁ ଉଦେଶ୍ୟ ରଖି ଆକ୍ରମଣ କରାଯିବ ପୋଲିସ ସନ୍ଦେହ କରୁଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ