
ବାରିପଦା(କ:ବ୍ଯୁ)
ତା୦୯\୧୧\୨୫
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଜି ବାରିପଦା ଡିଗ୍ରୀ ମହାବିଦୟାଳୟ
ପରିରସର ରାଷ୍ଟ୍ରୀୟ ଆଇନ ସେବା ଦିବସ ପାଳିତ ହୋଇ ଯାଇଛି। ଜିଲ୍ଲା ଆଇନ
ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ ଶ୍ରୀ ସୁଦୀପ୍ତ ଆଚାଯ୍ୟଙ୍କ
ସପୌରହିତରେ ଅନୁଷ୍ଠିତ ସହାଇଥିବା ଏହିକାଯ୍ୟକ୍ରମର ଶୁଭାରମ୍ଭ ଏକ ପଦଯାତ୍ରା
ମାଧ୍ୟମରେ ହୋଇଥିଲା। ମହାବିଦୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ
ନେଇ ଆୟୋଜିତ
ହୋଇଥିବା ଏହି ସଚେତନତା ପଦଯାତ୍ରାକୁ
ଜିଲ୍ଲା ଓ ଦୌରା ଜଜ୍ ଶ୍ରୀସୁଦୀପ୍ତ ଆଚାଯ୍ୟ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିବା ବେଳେ ଅନ୍ୟ ସମସ୍ତ ବିଚାର
ବିଭାଗୀୟ ମାଜିସଷ୍ଟ୍ରଟ ମାନେ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀ ମାନଙ୍କ ଉତ୍ସାହ ବର୍ଦ୍ଧନ
କରିଥିଲେ। ଆଇନ ସେବା ପ୍ରାଧିକରଣ କାଯ୍ୟାଳୟ ପରିସରରୁ ବାହାରିଥିବା ଏହି
ସଚେତନତା ପଦଯାତ୍ରା ଜିଲ୍ଲା କୋର୍ଟ , ପୋଲିସ ଲାଇନ୍ ଓ ଭଞ୍ଜପୁର ହୋଇ
ମହାବିଦ୍ୟାଳୟ ପହଞ୍ଚିଥିଲା।
ଏହାପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ
ନେଇ ଆଇନ ସଚେତନତା
କାଯ୍ୟକ୍ରମ ଅନୁଷ୍ଠିତ ସହାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ
ରାଜଶ୍ରୀ ପଟ୍ଟନାୟକ ଉକ୍ତ କାଯ୍ୟକ୍ରମରେ ଅଧ୍ୟକ୍ଷତା କରି ଆଇନ ସେବା ପ୍ରାଧିକରଣର
ମହତ୍ତ୍ଵ ତଥା ଏହାର କାଯ୍ୟ ପ୍ରଣାଳୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସେବା ସମ୍ବନ୍ଧରେ
ସଚେତନ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରବୋଧ କୁମାର
ଦେ
ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପିଲା ମାନଙ୍କୁ
ସଚେତନତାର ବାର୍ତ୍ତା ଦେଇଥିଲେ।
ଅଧିକାର ମିତ୍ର ଶ୍ରୀ ରବୀନ୍ଦ୍ର କୁମାର
ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ କାଯ୍ୟକ୍ରମକୁ
ପରିଚାଳନା କରିବାରେ ମହାବିଦୟାଳୟ ଓ ଆଇନ ସେବା ପ୍ରାଧିକରଣର
କର୍ମଚାରୀ ମାନେ ସହୋଯାଗ କରିଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)