“ଉଦଳାସ୍ଥ TPNDOL କର୍ତ୍ତୃପକ୍ଷଙ୍କ ନୂତନ ବିଦ୍ଯୁତସଂଯୋଗରେ ପାତର ଅନ୍ତର”

ବାରିପଦା/ଉଦଳା,(କ:ବ୍ଯୁ) ତା୦୬\୧୧\୨୫ : ଉଦଳା ଏନ୍ ଏ ସି ର ଗଣେଶ ମାର୍କେଟ କମ୍ପ୍ଲେକ୍ସ ଦୋକାନ ଗୃହ ନଂ-୨୪ର ହିତାଧିକାରୀ ଶ୍ରୀଦୀନବନ୍ଧୁ ବାରିକ ବ୍ଯବସାୟ କରି ଗୁଜୁରାଣ ମେଣ୍ଟାଇବା ପାଇଁ ବିଦ୍ଯୁତର ଆବଶ୍ଯକ ହେବାରୁ ଗତ ତା୧୩\୦୮\୨୫ରିଖରେ TPNODL କାର୍ଯ୍ଯାଳୟକୁ ଯାଇ କର୍ତ୍ତୃପକ୍ଷଙ୍କ ନିକଟରେ ନୂତତନ ବିଦ୍ଯୁତ୍ ସଂଯୋଗ ପାଇଁ ଅନୁରୋଧ କରିଥିବାରୁ ତାଙ୍କ ନିର୍ଦ୍ଦେଶାନୁସାରେ ଆବଶ୍ଯକୀୟ ଦେୟ ପଇଠ କରିଥିଲୁ।ଉକ୍ତ କର୍ତ୍ତୃପକ୍ଷ ଆସନ୍ତା ଏକ ସପ୍ତାହକ ମଧ୍ୟରେ ଉକ୍ତ ଦୋକାନଗୃହରେ ବିଦ୍ଯତ୍ ସଂଯୋଗ ଦିଆଯିବା କଥା କହିଥିଲେ।ହେଲେ ଆଜକୁ ପ୍ରାୟ ୪ମାସ ବିତିବାକୁ ଯାଉଥିଲେ ମଧ୍ଯ ଉକ୍ତ ସଂସ୍ଥାର ଉଦଳାସ୍ଥ ତିନି ଗୋଟି କାର୍ଯାଳୟକୁ ବାରମ୍ବାର ଦୌଡ଼ି ନୟାନ୍ତ ହେବା ପରେ ମଧ୍ଯ ବିଦ୍ଯୁତ୍ ସଂଯୋଗ ହୋଇ ପାରିନାହିଁ। ମାତ୍ର ଉକ୍ତ ଦୋକାନ ଗୃହ ପାରିହୋଇ କେତେକ ଦୋକାନ ଗୃହକୁ ବିଦ୍ଯୁତ ସଂଯୋଗ ଦିଆଯାଇଥିବା ସତ୍ବେ ଏହି ଦୋକନ ଗୃହକୁ ସଂଯୋଗ ଦିଆନଯିବା TPNDOL କର୍ତ୍ତୃପକ୍ଷଙ୍କ ପାତରଅନ୍ତର ନୀତି ବୋଲି ସାଧାରଣରେ
ଚର୍ଚ୍ଚା ହେଉଅଛି।ଏହାର ସହଳ ସମାଧାନ ପାଇଁ ଉଚ୍ଚକର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ସାଧାରଣରେ ଦାବୀ ହେଉଅଛି।ଆଗମୀ ଦିନରେ ଏଥିପାଇଁ ଏକ ଜନ ଅସନ୍ତୋଷ ଦାନା ବାନ୍ଧୁଥିବା ସାଧାରଣ ସୂତ୍ରରୁ ପ୍ରକାଶ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *