
ଚଣ୍ଡିଖୋଲ ୨୯/୯(କ ଵ୍ୟୁ) ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଚଳ ଚଞ୍ଚଳ ବଡଚଣା ଅଞ୍ଚଳ।ବଡଚଣା ର ଏକାଧିକ ସ୍ଥାନରେ ନିର୍ମିତ ପୂଜା ମଣ୍ଡପ ପରିବେଶକୁ ଏକ ଆଧ୍ୟାତ୍ମିକ ପରିବେଶରେ ବଦଳାଇ ଦେଇଛି। ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗ ବେରଙ୍ଗ ର ଆଲୋକ ସଜ୍ଜା ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷଣ କରୁଛି। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ, ମୀନା ବଜାର ର ମଜା କୁ କେହି ହାତ ଛଡ଼ା କରୁ ନାହାଁନ୍ତି। ଏହି ଅବସରରେ ବଡଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ସ୍ଥିତ ସାର୍ବ ଜନିନ ଦୁର୍ଗା ପୂଜା କମିଟି ପକ୍ଷରୁ ଗତ କାଲି ମା ଙ୍କ ବିଲ୍ଵବରଣ ନୀତି ଶେଷ ହେବା ପରେ ଆଜି ମା ଙ୍କ ସପ୍ତମୀ ପୂଜା, କଳସ ଯାତ୍ରା, ନବପତ୍ରିକା ସ୍ନାନ, ମଣ୍ଡପେ ପ୍ରବେଶ ଚକ୍ଷୁ ଦାନ, ସୂର୍ଯ୍ୟ ପୂଜା , ସପ୍ତମୀ ବିଗ୍ରହ ପୂଜା, ଚଣ୍ଡୀପାଠ, ସନ୍ଧ୍ୟା ଆଳତୀ, ପୂଜା ଯଥା ବିଦ୍ଧି ପୂଜାର୍ଚ୍ଚନା କରା ଯାଇଛି। ସନ୍ଧ୍ୟାକୁ ଭଜନ ସନ୍ଧ୍ୟା, ସହିତ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା। କର୍ତ୍ତା ଭାବେ ପ୍ରକାଶ ମହାନ୍ତି ପୂଜା କାର୍ଯ୍ୟ କରିଥିବାବେଳେ, କମିଟି ସଭାପତି ଚିନ୍ମୟ ମହାନ୍ତି, ଉପ ସଭାପତି ଧନେଶ୍ୱର ଦାସ, ସଂପାଦକ ମହେଶ୍ୱର ମହାନ୍ତି କୁହନ୍ତି, ସହ ସମ୍ପାଦକ ସନ୍ତୋଷ ଦାସ, କୋଷାଧ୍ୟକ୍ଷ ପବିତ୍ର ଦାସ , ଉପକର୍ତ୍ତl ରଜତ ମହାନ୍ତି, ନୟନ ପଟ୍ଟନାୟକ, ନୃସିଂହ ଚରଣ ମହାନ୍ତି, ଦେବେନ୍ଦ୍ର ମହାନ୍ତି, ପଙ୍କଜ ଦାସ, ସନ୍ଦୀପ କାନୁନଗୋ, ଦେବେନ୍ଦ୍ର ମଲ୍ଲିକ, କୈଳାସ ମଲ୍ଲିକ, ବିନୋଦ ଦଳେଇ ପ୍ରମୁଖ ସହଯୋଗ କରିଥିଲେ।