
ବାରିପଦା/ଉଦଳା ତା୨୬/୦୯/୨୦୨୫ (କବ୍ଯୁ) : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଉପଲକ୍ଷେ ୨୫ ତାରିଖ ଗୁରୁବାର ପାଳିତ ହୋଇଛି ।ଉଦଳା ଉପଖଣ୍ଡ ହସ୍ପିଟାଲର କନଫରେନ୍ସ ହଲ୍ ରେ କାର୍ଯ୍ୟରତ ଫାର୍ମାସୀ ଅଧିକାରୀଙ୍କ ମିଳିତ ସହଯୋଗରେ ଉପଖଣ୍ଡ ସ୍ତରୀୟ ବିଶ୍ଵ ଫାର୍ମାସିଷ୍ଟ ଦିବସ ପାଳନ ହୋଇଯାଇଛି ।
ଏଥିରେ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ଲକ୍ଷ୍ମୀକାନ୍ତ ପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଫାର୍ମାସୀ ଅଧିକାରୀ ମାନଙ୍କ କର୍ତ୍ତବ୍ୟ, ଅବଦାନ ତଥା ସମାଜ ପ୍ରତି ଥିବା ଭୂମିକା କୁ ବଳିଷ୍ଠ ରୂପେ ବର୍ଣ୍ଣନା କରିଥିଲେ.
ଉକ୍ତ କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ପ୍ରଜ୍ଞା ପ୍ରିୟଦର୍ଶିନୀ ବେହେରା, ଡାକ୍ତର ମଧୁସ୍ମିତା ବେହେରା,ଅବସରପ୍ରାପ୍ତ ବରିଷ୍ଠ ଫାର୍ମାସୀ ଅଧିକାରୀ ସୁନିଲ କୁମାର ଦାସ, ଉପଦେଷ୍ଟା ପ୍ରତାପ ଚନ୍ଦ୍ର ବେହେରା, ଚିତ୍ତ ରଂଜନ ମହାନ୍ତ, ମନୋଜ କୁମାର ଦାସ, ଅନ୍ତର୍ଯ୍ୟାମୀ ମହାନ୍ତି, ବିଜୟ କୁମାର ପାଢ଼ୀ ମଞ୍ଚାସିନ ହୋଇ ଥିଲେ । ଜିଲ୍ଲା ସଂଘ ତରଫରୁ ଉପ ସଭାପତି ରିତାଞ୍ଜଳି ନାୟକ ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ସାଧାରଣ ସମ୍ପାଦକ ତୁଷାର କାନ୍ତି ବେହେରା ଅତିଥି ପରିଚୟ କରିଥିବାବେଳେ ଯୁଗ୍ମ ସମ୍ପାଦକ ସାଗର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ସାଂଗଠାନିକ ସମ୍ପାଦକ ନିର୍ଲୀପ୍ତ ଦାସ, ଜ୍ୟୋତି ରଞ୍ଜନ ବିଶ୍ଵାଳ, ସସ୍ମିତା ହଟେଇ ପ୍ରମୁଖ ଯୋଗଦାନ କରି ସମାଜରେ ଫାର୍ମାସିଷ୍ଟଙ୍କ ଭୂମିକା ଓ ବଳିଷ୍ଠ ଯୋଗଦାନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ.
ଏହି ଆଲୋଚନାଚକ୍ରରେ ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ତୁଷାର କାନ୍ତି ବେହେରା ଜିଲ୍ଲାର ମେଡିକାଲ ଗୁଡ଼ିକରେ ଥିବା ମୁଖ୍ୟ ସମସ୍ୟା ରୂପେ ଫାର୍ମାସୀ ଅଧିକାରୀଙ୍କ ଅଭାବ ତଥା ସଂଘ ତରଫରୁ ରାଜ୍ୟ ସରକାରଙ୍କ ପାଖରେ ଥିବା ଦୀର୍ଘଦିନର ଦାବୀ ଗୁଡ଼ିକ ଉପରେ ଆଲୋକପାତ କରିବା ସହ ସେସବୁ ପୂରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ.
ସେ ଦାବୀ ଗୁଡିକ ମଧ୍ୟରୁ ଫାର୍ମାସୀ ଅଧିକାରୀଙ୍କ ବହୁ ପ୍ରତିକ୍ଷୀତ କ୍ୟାଡ଼ର ସହ ପ୍ରମୋସନ ଲାଗୁ କରିବା, ମୂଳ ଦରମା ୪୨୦୦-୯୩୦୦ କୁ ବୃଦ୍ଧି କରିବା ଆଦି ଅନ୍ତର୍ଭୁକ୍ତ ଥିଲା
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)