

ପଦ୍ମପୁର : (ଫକୀର ଦୀପଙ୍କ ରିପୋର୍ଟ )
ରକ୍ତ ଡାଁ ମହା ପୁଣ୍ୟ l ଆଜିବରଗଡ଼ ଜିଲ୍ଲା ଗାଇସିଲତ ବ୍ଲକ ଗାଇସିଲାଟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗାଇସିଲାଟ ମହାବିଦ୍ୟାଳୟ ଠାରେ ଦେଶର ଜସସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ବାର୍ଷିକୀ ସେବା ପକ୍ଷ ପାଳନ ଅବସରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଓ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଈଛି ।ଏହି ଶିବିରରେ ତାଳପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରି ଡା. ଶ୍ରୀ ସୁମିତ ମିଶ୍ର ଉଦ୍ଘାଟନ କରିଥିଲେ । ଏଥି ସହିତ ବିଜେପି ଗାଇସିଲାଟ ବ୍ଲକ ପକ୍ଷରୁ ଦୀନ ପଣ୍ଡିତ ଦୟାଳ ଉପାଧ୍ୟାୟ ଜୟନ୍ତି ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବିଜେପି ପକ୍ଷରୁ ସମସ୍ତ କାର୍ଯ୍ୟକର୍ତ୍ତା ପଣ୍ଡିତ ଦିନ ଦୟାଳଙ୍କ ଫଟୋ ଚିତ୍ରରେ ପୁସ୍ପମାଲ୍ୟ ଅର୍ପଣ କରିବା ପରେ ରକ୍ତଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ହୋଇ ଥିଲେ। ସ୍ତ୍ରୀ ଓ ପ୍ରସୁତି ରୋଗ ବିଶେଷଜ୍ଞ ଶ୍ରୀ ପୂର୍ଣ ଚନ୍ଦ୍ର ମେହେର ଭେସଜ ବିଶେଷଜ୍ଞ ଶ୍ରୀ ସନ୍ତୋଷ ଟେଟେ . ଶିଶୁରୋଗ ବିଶେଷଜ୍ଞ ଶ୍ରୀ ନିଳମଣି ପାତ୍ର ମଧ୍ୟ ଆସିଥିଲେ । ଭାରପ୍ରାପ୍ତ ଚିକିତ୍ସା ଅଧିକାରି ଡାକ୍ତର ଶ୍ରୀ ସୁମିତ ମିଶ୍ରଙ୍କ ତତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଛି lଏହି କାର୍ଯ୍ୟକ୍ରମରେ ତାଲପାଲି ଓ ଗାଇସିଲାଟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରି ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଯୋନ ୨ର ଜିଲ୍ଲା ପରିସଦ ସଦ୍ୟସ୍ୟା ଶ୍ରୀମତୀ ଝରଣା ପାଣିଗ୍ରାହି .ଜିଲ୍ଲା ଉପ ସଭାପତି ଶ୍ରୀ ପ୍ରବିଣ କୁମାର ପାଣିଗ୍ରାହି . ରୋଗୀ କଲ୍ୟାଣ ସମିତିର ସଦସ୍ୟ ଶ୍ରୀ ମଦନ ଦୀପ . ଶ୍ରୀ ଆନଂଦ ମଟାରି ଗୁଦେରପାଲି ମଣ୍ଡଳ ସଭାପତି ଶ୍ରୀ ବିଶ୍ବନାଥ ସାହୁ . ଗାଇସିଲାଟ ମଣ୍ଡଳ ଶ୍ରୀ ସଭାପତି ସୁଧିର ମହାକୁର, ଶ୍ରୀ କବିଚନ୍ଦ୍ର ସାହୁ ପ୍ରମୁଖ ରକ୍ତଦାନ ଶିବିର ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ତତ୍ବାବଧାନ କରିଥିଲେ । ମୋଟରେ ସମସ୍ତ ବିଭାଗକୁ ନେଇ ୪୬୯ ଜଣଙ୍କ ପଂଜିକରଣ ହୋଇ ଚିକିତ୍ସା ଲାଭ କରିଥିଲେ । ଏହା ସହିତ ସିକିଲ ସେଲ ସ୍କାନିଂ . ଆୟୁଷ୍ମାନ ଭାରତ କାର୍ଡ ପଂଜିକରଣ ଆଦି ମଧ୍ୟ କରାଯାଇଥିଲା । ମୋଟରେ ୨୦ଜଣ ରକ୍ତଦାନ କରିଥିଲେ । ତାଲପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିରକୁ ଔପଚାରିକ ଭାବରେ ଉଦ୍ଘାଟନ କରିଥିଲେ ଗାଇସିଲାଟ ବ୍ଲକ ଅଧ୍ୟକ୍ଷ ତଥା ରୋଗୀ କଲ୍ୟାଣ ସମିତିର ଭାଇସ ଚେୟାରପର୍ସନ /ବ୍ଲକ ଅଧ୍ୟକ୍ଷ୍ୟ ଶ୍ରୀ ପ୍ରଣୟ କୁମାର ସାହୁ, ସହଯୋଗ କରିଥିଲେ l ଶ୍ରୀ ଡାକ୍ତର ସୁମିତ ମିଶ୍ର . ରୋଗୀ କଲ୍ୟାଣ ସମିତିର ସଦସ୍ୟ ଶ୍ରୀ ନିଳକଣ୍ଠ ସାହୁ ଓ ଶ୍ରୀ ବିନାୟକ ପ୍ରସାଦ ଗୁରୁ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ହୋଇ କର୍ମ ତତ୍ପର ଥିଲେ। ସ୍ତ୍ରୀ ଓ ପ୍ରସୁତି ରୋଗ ବିଶେଷଜ୍ଞ ଡା .ଶ୍ରୀ ବ୍ରହ୍ମାନଂଦ ସଡଙ୍ଗୀ , ଭେସଜ ବିଶେଷଜ୍ଞ ଡା .ଶ୍ରୀ ଅବଧୂତ ପଧାନ . ଶିଶୁରୋଗ ବିଶେଷଜ୍ଞ ଡା. ଶ୍ରୀ ନିମାଇଁ ଚରଣ ସାହୁ ଓ ଚକ୍ଷୁ ବିଭାଗରେ ବରିଷ୍ଠ ଅପଥାଲମୋ ଲୋଜିଷ୍ଟ ଶ୍ରୀ କିଶୋର ପଧାନଙ୍କ ସହ ତାଲପାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଅନ୍ୟାନ୍ୟ ଡାକ୍ତର ଶ୍ରୀ ବଳରାମ ବେହେରା . ଡାକ୍ତର ଶ୍ରୀ ବିଶ୍ବନାଥ ମେହେର . ଡାକ୍ତର ଶ୍ରୀ ଅଜିତ ବେହେରା .ଡାକ୍ତର ଭାଗ୍ୟଶ୍ରୀ ପଟେଲ . ବରିଷ୍ଠ ଫାର୍ମାସିଷ୍ଟ ଶ୍ରୀ ଅଶୋକ କୁମାର ମହାନ୍ତି । ଅନ୍ୟତମ ରୋଗୀକଲ୍ୟାଣ ସମିତିର ସଦସ୍ୟ ଶାନ୍ତନୁ ପଧାନ ଉପସ୍ଥିତ ଥିଲେ । ମୋଟରେ ସମସ୍ତ ବିଭାଗକୁ ନେଇ ୭୫୫ ଜଣଙ୍କ ପଂଜିକରଣ ହୋଇ ଚିକିତ୍ସା ଲାଭ କରିଥିଲେ । ପୂର୍ବତନ ଜିଲ୍ଲାପରିସଦ ସଦସ୍ୟ ଘନଶ୍ୟାମ ସାହୁ. ପୂର୍ବତନ ବିଜେପି ସଭାପତି ବିପିନ ବିହାରି ସାହୁ . ବିଜେପି ମେଡିଆ ସେଲ ପ୍ରଭାରି ଝସକେତ ସାହୁ. ମଣ୍ଡଳ ଉପ-ସଭାପତି ଭଗବାନ ପୁଟେଲ .ଶଂକର ମହାନ୍ତି . ଲୋକନାଥ ସାହୁ. ବିକାଶ ସାହୁ . ବାବୁଲାଲ ସା. କାର୍ତ୍ତିକ ବରିହା. ରାମ ପ୍ରସାଦ ସାହୁ . ପ୍ରସାନ୍ତ ସାହୁ .ସୁବ୍ରତ ସାହୁ ରାଧାକାନ୍ତ ଭୋଇ. ହେମନ୍ତ ବେହେରା ସୁରେଶ ସାହୁସୌରାଂଗ ଧରାଇ. ଅନିଲ ବାଗ ଓ ସ୍ଥାନିୟ ଯୁବକ ମାନେ ବଳିଷ୍ଠ ସହଯୋଗ କରିଥିଲେ ।କାର୍ଯ୍ୟଟି ବହୁତ ଶାନ୍ତ ଭାବରେ ଅନୁଷ୍ଠିତ ହେଲା l