ଜାତୀୟ ସେବା ଯୋଜନା ଦିବସ ପାଳିତ।

ଚଣ୍ଡିଖୋଲ ୨୪/୯(କ ଵ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ଗୁହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। ଜାତୀୟ ସେବା ଯୋଜନା ର ସଂଯୋଜକ ଅଧ୍ୟାପକ କିଶୋର କୁମାର ସାହୁ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ୧୯୬୯ମସିହା ଆଜିର ଦିନରେ ତତ୍କାଳୀନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ବିଜେନ୍ଦ୍ର କସ୍ତୁରୀ ରଙ୍ଗନ ଭରଦ୍ୱାଜ ରାଓ ସମଜର ହିତ ସାଧନ ପାଇଁ ଉତ୍ସର୍ଗୀକୃତ ଜୀବନ ନିର୍ବାହ କରିବା ସହିତ ଏକ ଦୃଢ଼ ବ୍ୟକ୍ତିତ୍ବ ଗଠନ କରିବା ସହିତ ସମାଜର ର ବିକାଶମୁଖୀ ପ୍ରକ୍ରିୟାରେ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି କରିବା ଜାତୀୟ ସେବା ଯୋଜନା ର ମୂଳ ଆଭିମୁଖ୍ୟ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଯାଜପୁର ଜିଲ୍ଲାର ଜାତୀୟ ସେବା ଯୋଜନା ର ମୁଖ୍ୟ ସଂଯୋଜକ ସୁଦୀପ୍ତ କୁମାର ବିଶ୍ବାଳ ନିଜକୁ ଜଣେ ସ୍ବେଛାସେବୀ ଭାବରେ ଜାତୀୟ ସେବା ଯୋଜନା ର ନୀତି ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇ ସମାଜର ସେବା କରିବା ସହିତ ଗାନ୍ଧିଜୀ ଙ୍କ ଦର୍ଶନ ଓ ଗୋପବନ୍ଧୁଙ୍କ ନିଶ୍ୱାର୍ଥପର ସେବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭଲ ମଣିଷ ହେବାର ସଂକଳ୍ପ ସୃଷ୍ଟି କରିଥାଏ ବୋଲି କହିବା ସହିତ ଶିକ୍ଷା ଲାଭ କରିବା ସହିତ ନିଜକୁ ଜଣେ ସ୍ବେଛାସେବୀ ଭାବରେ ପରିଚିତ ହେବାକୁ ଆହ୍ଵାନ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପ୍ରଶାସନିକ ମୁଖ୍ୟ ନାରାୟନ ଚନ୍ଦ୍ର ମୁଦୁଲି ଜାତୀୟ ସେବା ଯୋଜନା ଦିବସ ର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ର, ଛାତ୍ରୀ ବିଭିନ୍ନ ବିଭାଗରେ ସଫେଇ କାର୍ଯ୍ୟ କରିଥିଲେ। ଜାତୀୟ ସେବା ଯୋଜନା ର ସଂଯୋଜକ ଅଧ୍ୟାପକ କିଶୋର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇଂରାଜୀ ବିଭାଗର ଅଧ୍ୟାପିକା ଗୀତାଞ୍ଜଳୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟ କ୍ରମରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *