


ଛତିଆ ୨୨/୯ : ଯାଜପୁର ଜିଲ୍ଲାର ସର୍ବ ପୁରାତନ ପୁସ୍ତକାଗାର ମଧ୍ୟରୁ ଅନ୍ୟତମ ପୁସ୍ତକାଗାର ବଡଚଣା ବ୍ଲକ୍ ଅନ୍ତର୍ଗତ ସୁଙ୍ଗୁଡା ସ୍ଥିତ କାର୍ତ୍ତିକେୟ ପୁସ୍ତକାଗାର ର ନୂତନ କର୍ମକର୍ତା ନିର୍ବାଚନ ହୋଇ ଯାଇଛି। ଆଜି ପୁସ୍ତକାଗାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆଗାମୀ ଦୁଇ ବର୍ଷ ପାଇଁ ସଭାପତି ଭାବେ ପ୍ରକାଶ କୁମାର ରାଉତ , ସଂପାଦକ ସୁଧାଂଶୁ ମହାପାତ୍ର , କୋଷାଧକ୍ଷ ରାକେଶ ସେନାପତି ଓ ପୁସ୍ତକାଗାର ରକ୍ଷକ ଭାବେ ଜଗବନ୍ଧୁ ସାହାଣୀ ମନୋନୀତ ହୋଇଛନ୍ତି। ଏହି ଅବସରରେ ପୁସ୍ତକାଗାର ଆନୁକୂଲ୍ୟରେ ଆୟୋଜିତ ବାର୍ଷିକ ନାଟକ ଉତ୍ସବ ଆୟୋଜିତ ବିସୟରେ ଆଲୋଚନା ହେବାସହିତ ପୁସ୍ତକାଗାର କର୍ମକର୍ତା ଓ ସଭ୍ୟ ମାନଙ୍କ ମଧ୍ୟରେ ଶାନ୍ତି ଶୃଙ୍ଖଳା ଭାଇଚାରା ରକ୍ଷା କରି ପୁସ୍ତକାଗାର କୁ ଜିଲ୍ଲାରେ ଏକ ଆଦର୍ଶ ପୁସ୍ତକା ଗାର ରେ ପରିଣତ କରିବା ପାଇଁ ସମସ୍ତେ ମିଳିମିଶି ପ୍ରୟାସ ଜାରି ରଖିବାକୁ ସହମତି ପ୍ରକାଶ କରିଥିଲେ।