ରକ୍ତଦାନକୁ ବିରୋଧ କରି ଯୁବକ ଅଡ଼ୁଆରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ

ଛତିଆ,୨୨/୯ : ବିଜେପିର ରକ୍ତ ଦାନ କାର୍ଯ୍ୟକ୍ରମ କୁ ବିରୋଧ କରି ଯୁବକ ଅଡୁଆରେ ପଡିବା ଘଟଣା ବଡ଼ଚଣା ଅଞ୍ଚଳରେ ଚର୍ଚ୍ଚା ହେଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ପାଳନ ଉପଲକ୍ଷେ ସାରା ରାଜ୍ୟରେ ରକ୍ତ ଦାନ କାର୍ଯ୍ୟକ୍ରମ ଚାଲୁଥିଲା। ଏହି ପରିପ୍ରେକ୍ଷୀରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ବରୁଣେଶ୍ବର ମଣ୍ଡପ ରେ ମଣ୍ଡଳ ସଭାପତି ବିମଳ ପ୍ରଧାନଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଚାଲୁଥିଲା ବେଳେ ବିଜେପି ର କିଛି ଯୁବକର୍ମୀ ବଜାରକୁ କିଛି ଜିନିଷ ପାଇଁ ଯାଇଥିଲେ। ସେଠାରେ ପୂର୍ବରୁ ଥିବା ଡଗରପଡା ଗ୍ରାମର ଦୀପକ ସାହୁ ବିଜେପିର ଏହି କର୍ମୀଙ୍କୁ ଦେଖି ଅଶାଳୀନ ମନ୍ତବ୍ୟ ଦେବା ସହିତ ଗାଳିଗୁଲଜ କରିଥିଲା। ଏହାକୁ ନେଇ ଉପସ୍ଥିତ ବିଜେପି କର୍ମୀ ଓ ଦୀପକ ସାହୁ ଙ୍କ ଝଗଡ଼ା ହୋଇଥିଲା । ତେବେ ଏହି ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ପରେ ଏହାକୁ ନେଇ ଦୀପକ ନାମରେ ଦେଉଳକୁର ଗ୍ରାମର ମଳୟ ରଞ୍ଜନ ପ୍ରଧାନ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଦୀପକ ସାହୁ ମଧ୍ୟ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ଏ ଏସ ଆଇ କଳ୍ପନା ନାୟକ ଉଭୟଙ୍କର କେସ ନଂ ୩୨୫/୨୫ ଓ ଅନ୍ୟଟି କାଉଣ୍ଟର କେସ ନଂ ୩୨୮/୫ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *