ବଜରଙ୍ଗୀ ଫୁଟବଲ ଟୁର୍ନାମେଣ୍ଟ ବିଜେତା ଗୋଳାବନ୍ଧ ଉପ ବିଜେତା ଶିମିଳିପାଳ l

ପାଲଲହଡା- ପାଲଲହଡା ଉପଖଣ୍ଡ ପେଚାମୁଣ୍ଡି ଗ୍ରାମ ପଞ୍ଚାୟତ ଶିମିଳିପାଳ ଗ୍ରାମ ର ବଜରଙ୍ଗୀ ଯୁବକ ସଂଘ ଆନୁକୂଲ୍ୟରେ ଷଷ୍ଠ ବାର୍ଷିକ ଅନ୍ତଃଜିଲା ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ସର୍ବମୋଟ ଷୋହଳ ଗୋଟି ଦଳ ଅଂଶଗ୍ରହଣ କରିଥିଲେ ଏହି ଖେଳ ତିନିଧରି ଚାଲୁ ରହିଥିଲା l ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥି ବ୍ଲକ ଅଧକ୍ଷା ରୀନାରାଣୀ ନାଏକ ସନ୍ନମାନ୍ନୀତ ଅତିଥି ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନ ,ବରିଷ୍ଠ ଶିକ୍ଷକ ରତ୍ନାକର ରାଉତ, ବିଦ୍ୟାଧର ପ୍ରଧାନ , ଯୁବକ ସଂଘ ସଭାପତି ଦୁଷ୍ମନ୍ତ ରାଉତ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଫାଇନାଲ ମ୍ୟାଚ ଶିମିଳିପାଳ ବନାମ ଗୋଳାବନ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ନିର୍ଧାରିତ ସମୟରେ ଗୋଳାବନ୍ଧ ୨ – ୧ ଗୋଲ ରେ ଅଗ୍ରଣୀ ରହି ବିଜେତା ହୋଇଅଛି ଏବଂ ଶିମିଳିପାଳ ଉପ ବିଜେତା ହୋଇଅଛି l ଉପସ୍ଥିତ ଅତିଥିଗଣ ବିଜେତା ଟିମ କୁ ପୁରସ୍କାର ରାଶି ୧୩୦୦୦ ସହିତ ଟ୍ରଫି ଏବଂ ଉପବିଜେତା ଟିମ କୁ ୯୦୦୦ ଏବଂ ଟ୍ରଫି ପ୍ରଦାନ କରିଥିଲେ l ରେଫରୀ ଲକ୍ଷ୍ମଣ ଖିଲାର , ଜିତୁ ଗଡ଼ନାୟକ, ଟୁନା ନାଏକ ଖେଳ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *