ବରଗଡ଼ : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଶନିମାଲ ଗାଁ ବଜାର ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ଜଣେ ଶିଶୁ ଛାତ୍ର ଆଠ ବର୍ଷୀୟ ଶ୍ରୀତମ ଶିଖା ପିତା :-ଧର୍ମରାଜ ଶିଖା ଟିଉସନ ଯାଉଥିବା ସମୟରେ ଦ୍ରୁତଗାମୀ ଆସୁଥିବା କୁକୁଡ଼ା ବୋଝେଇ ପିକଅପ ରାସ୍ତା ପରହେବା ବେଳେ ହଠାତ ଧକ୍କା ଦେଇଥିଲା ଛାତ୍ରଟି ସୌଭାଗ୍ୟରୁ ମରଣ ମୁଖରୁ ରକ୍ଷା ପାଇଗଲା l ଏଠାରେ ଥିବା ଲୋକେ ଦେଖି ଗାଡି ଅଟକ ରଖି ରାସ୍ତାରୋକ କରି ନିକଟସ୍ଥ ମେଲଚ୍ଛାମୁଣ୍ଡା ପୋଲିସକୁ ସୋହେଲା ପୋଲିସ, ବରଗଡ଼ ପୋଲିସ ଓ ପଦ୍ମପୁର ପୋଲିସ ଘଟଣା ସ୍ଥଳକୁ ପହଁଞ୍ଚିଥିଲେ l ଲୋକଙ୍କ କୋଳାହଳ ଦେଖି ଓ ପୋଲିସକୁ ଗାଁ ଭିତରେ କିପରି ଗାଡି ନେବା ପଚାରି ଥିଲେ l କିଛି ସମୟ ପରେ ପୋଲିସ ଫୋର୍ସ ଆସି ଅଭିଯୁକ୍ତ ବାପାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ପୋଲିସ ନେଇ ଅଟକ ରଖିଛି l ଶିଶୁ ଛାତ୍ରଙ୍କ ପଡିଯାଇବା ଗୁରୁତର ଆହତ ହେବାରୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି l ବିଷୟକୁ ଗ୍ରାମବାସୀ ଓ ପ୍ରଶାସନଙ୍କ ବିଚରାଧୀନ ରହିଲା l ପଦ୍ମପୁର ଉପଖଣ୍ଡରୁ fakir ଦୀପଙ୍କ ରିପୋର୍ଟ l