ଟିକିରି ପୋଲିସର ବଡ଼ ସଫଳତା, ଟିକିରିର ଏକ ବନ୍ଦ ଘରୁ ଲୁଟର ୬ ମାସ ପରେ ବି ଅଭିଯୁକ୍ତ ଗିରଫ୪ ଅଭିଯୁକ୍ତ ସହ ୪ତୁଳା ସୁନା,୬ଟି ମୋବାଇଲ ଓ ଗୋଟିଏ ବାଇକ ଜବତ

ରାୟଗଡା-ଅଜୟ ରଥ- ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ରାୟଗଡା ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର ଏକ
ସାମ୍ବାଦିକ ସମ୍ମିଳନୀ କରି ଟିକିରି ଅଞ୍ଚଳରେ ଗତ ୬ ମାସ ତଳର ଏକ ଚର୍ଚ୍ଚିତ ଚୋରି ମାମଲାର ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଵା ସହ ଘଟଣା ର ପର୍ଦାଫାଶ କରିଛନ୍ତି। ସୂଚନା ଅନୁଯାୟୀ
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ପୁଲିସ କୁ ମିଳିଛି ଏକ ବଡ଼ ସଫଳତା। ଟିକିରି ଠାରେ ଗତ ମାର୍ଚ୍ଚ ୧୬ ତାରିଖ ଦିନ ଘରେ କେହିନଥିବା ବେଳେ କଳା କନା ବୁଲାଇଥିଲେ ଦୁର୍ବୁତ୍ତ। ଏକ ସିସିଟିଭି ଫୁଟେଜ୍ କୁ ଆଧାର କରି ପୁରା ଘଟଣାର ପର୍ଦାଫାଶ କରିଛି ଟିକିରି ପୁଲିସ। ଘଟଣା ରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ମାସ ୧୬ ତାରିଖ ଦିନ ଟିକିରି ଗ୍ରାମର ସୁନାମୁଦି ସାହିରେ ରହୁଥିବା ସୁଶାନ୍ତ ନାଗଙ୍କ ପରିବାର ଘରେ ନଥିବା ବେଳେ ଗିରଫ୍ ଚାରି ଅଭିଯୁକ୍ତ ଘରେ ପସି କଳାକନା ବୁଲାଇଥିଲେ। ଏନେଇ ସୁଶାନ୍ତ ଖବର ପାଇ ଟିକିରି ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଦୀର୍ଘ ପ୍ରାୟ ୬ ମାସ ପରେ ପୁଲିସ ଏକ ସିସିଟିଭି ଫୁଟେଜ୍ କୁ ଆଧାର କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲା। ଘଟଣାର ସମ୍ପୃକ୍ତ ୪ଜଣ ଗିରଫ୍ ଅଭିଯୁକ୍ତ ମାନେ ହେଲେ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ଭରତ ନାଏକ,ଏସ୍.ଭେଙ୍କେଟେସ୍ ଓ ବୈପାରିଗୁଡାର ରାଜୁ ନାୟକ ଏବଂ ଏମାନଙ୍କ ମଧ୍ଯରେ ଜଣେ ନାବାଳକ ଥିବା ଜଣାପଡିଛି। ସେମାନଙ୍କ ଠାରୁ ୪ ତୋଳା ସୁନା ଚେନ,ସୁନା ରିଙ୍ଗ୍,୬ଟି ମୋବାଇଲ ଓ ଗୋଟିଏ ପୋଲସର ବାଇକ୍ ଜବତ କରାଯାଇଛି । ଅନ୍ଯପଟେ ଲୁଟ୍ ହୋଇଥିବା ୧ଲକ୍ଷ ୮୦ ହଜାର ଟଙ୍କା ନଗଦ ଏଯାଏଁ ମିଳିନଥିବା ରାୟଗଡା ଏସପି ସ୍ବାଥି ଏସ୍.କୁମାର ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ଟିକିରି ଥାନ ଅଧିକାରୀ ନିବେଦିତା ବାଗ, ସାଇବର ସେଲ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *