



ପାରାଦୀପ : ପବିତ୍ର ବିଶ୍ୱକର୍ମା ପୂଜା ରେ ଝଲସୁଛି ବନ୍ଦର ନଗରୀ ପାରାଦୀପ l ଚତୁର୍ଥ ସନ୍ଧ୍ୟା ଅବସରରେ ପୂଜା ଦେଖିବା ପାଇଁ ଶ୍ରାଦ୍ଧକୁ ମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଅନୂନ୍ୟ ତିରିଶି ହଜାର ରୁ ଅଧିକ ଜନ ସମାଗମ ରେ ଯାତାୟତ କରିବା ଅସମ୍ଭବ ହୋଇ ପଡିଥିବା ଜଣାଯାଇଛି l ଏହି ଭିଡ ଭିତରେ ହୋଇଥିବା ପୂଜା ମଣ୍ଡପ ଗୁଡ଼ିକରେ ମେଲୋଡି,ଭଜନ ସନ୍ଧ୍ୟା ଦେଖିବା ପାଇଁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି l ବିଭିନ୍ନ ପ୍ରକାର ସାମଗ୍ରୀ ବ୍ୟବସାୟ କରିବା ପାଇଁ କାହିଁ କେତେ ଦୂରରୁ ନିଜର ପସରା ମେଲି ଥିବା ଦେଖା ଯାଉଛି l ଏଥିସହ ଖାଦ୍ୟ ପେୟ ପାଇଁ ବହୁ ପ୍ରକାର ଖ୍ୟାଦ୍ୟ ମାନ ତିଆରି କରାଯାଇ ଦର୍ଶକ ମାନଙ୍କ ମନ୍ କିଣି ନେଉଥିବା ଦେଖିବାକୁ ମିଳିଛି l ଦର୍ଷକ ମାନଙ୍କ ମନୋରଞ୍ଜନ ପାଇଁ ପୂଜା କମିଟି ତରଫରୁ ଲୋକ ପ୍ରିୟ ଚଳ ଚିତ୍ର ତାରକା ଓ କଣ୍ଠଶ୍ଳିପି ମାନଙ୍କୁ ଦେଖିବା ପାଇଁ ଖଚା ଖଚ ପ୍ରାୟ ସବୁ ପୂଜା ମଣ୍ଡପ ରେ ଅସୁମାରୀ ଦର୍ଶକ ମାନଙ୍କ ଭିଡ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି l ଏଇ ଭିଡ଼କୁ ଲକ୍ଷ୍ୟ କରି ପୋଲିସ ପ୍ରଶାସନ ତରଫର ବ୍ୟାପକ ବନ୍ଦୋବସ୍ତ କରାଯାଇ ଥିବା ଦେଖା ଯାଉଛି l ଏଥି ସହ ପାରାଦୀପ ମୁନିଶୀପାଲଟି ତରଫରୁ ଏକ ସୁଚନା କେନ୍ଦ୍ର ଖୋଲା ଯାଉଥିବା ବେଳେ ଏଥିରେ ବହୁ ଲୋକଙ୍କ ସାହଯ୍ୟ ସହ ଯୋଗ କରାଯାଉ ଥିବା ଦେଖା ଯାଉଛି l ପରଦୀପ ଆଦର୍ଶ ଥାନା ବଡପଡ଼ିୟା ପକ୍ଷରୁ ହାଇଟେ ଏ ମ୍ପାୟାର୍ଷ ପର୍ୟ୍ୟନ୍ତ ପୂଜା ମଣ୍ଡପ ମାନ କରାଯାଇ ଥିବା ବେଳେ ପିଲା ମାନଙ୍କ ମନଙ୍କୁ ମୋହିଲ ଭଳି ଖେଳନା ଜିନିଷ ଠାରୁ ଆରମ୍ଭ କରି ବିଭିନ୍ନ ଡିଯାଇନିର ସାମଗ୍ରୀ ମାନ ବିକ୍ରି କରାଯାଉ ଥିବା ମଧ୍ୟ ଦେଖିବାକୁ ମିଳୁଛି l ଏଥି ସହ ଆଖି ଦେଖିଲା ଭଳି ତୋରଣ ମାନ ରଙ୍ଗିନି ଲାଇଟିରେ ଦର୍ଶକ ଙ୍କ ମନ ମୁଗଧ୍ୟ ହେବାରୁ ରାତି ବାରଟା ପର୍ଯ୍ୟନ୍ତ ଦର୍ଶକ ଙ୍କ ଭିଡ଼ କମୁନ ଥିବତଦେଖ ଯାଉଛି l ଦର୍ଶକ ଙ୍କ ଭିଡ଼କୁ ଲକ୍ଷ୍ୟ କରି ପୋଲିସ ପ୍ରଶାସନ ପକ୍ଷରୁ ସହରରେ ବଡପଡ଼ିଆ ଛକ୍ ଏମ୍ପାୟରସ ହୋଟେଲ ଛକ, ନୂୟା ବଜାର ଗଳି , ଇଣ୍ଟର ନେସନାଲ ହୋଟେଲ, ପେଟ୍ରୋଲ ପମ୍ପ, କାର୍ଯ୍ୟରତ ସାମ୍ବାଦିକ ପ୍ରକୋଷ୍ଠ ନିକଟରେ ପୋଲିସ ବ୍ଲକିଂ କରାଯାଇ ଥିବା ଦେଖିବାକୁ ମିଳିଛି l ଲୋକଙ୍କ ଭିଡ଼କୁ ଲକ୍ଷ୍ୟ ରଖି ଯେପରିକି କୌଣସି ଗାଡି ଦୁଇ ଚକିଆ ଚାରିଚକିଆ ଗାଡ଼ି ପୂଜା ସ୍ଥଳକୁ ଯାଇ ପାରିବ ସେଥିପ୍ରତି ପୋଲିସ ବିଭାଗ ତରଫରୁ ବେଶ୍ ସତର୍କତା ଅବଲମ୍ବନ କରାଯାଇଛି l ପରଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍