“ସେପ୍ଟେମ୍ବର- ୨୨ରେ କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନଶୁଣାଣୀ ଶିବିର”

ବାରିପଦା-ଉଦଳା(କ:ବ୍ଯୁ) ୧୮/୦୯ – ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ସେପ୍ଟେମ୍ବର ମାସ ପାଇଁ ଆସନ୍ତା ତା.୨୨.୦୯.୨୦୨୫ ରିଖ ଚତୁର୍ଥ ସୋମବାର ଦିନ କପ୍ତିପଦା ଉପଖଣ୍ଡ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ । ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ଏହି ଶୁଣାଣୀ କାର୍ଯ୍ୟ ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ । ଏହି ଶିବିରରେ ଉପଖଣ୍ଡ ତଥା ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଶୁଣାଣୀ କରାଯାଇ ଉତ୍‌ଥାପିତ ଅଭିଯୋଗ ଗୁରୁତର ଯଥା ସମ୍ଭବ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ । ସରକାରୀ ଯୋଜନାର କାର୍ଯ୍ୟକାରିତା, ଦୁର୍ନୀତି, ଜନକଲ୍ୟାଣ, ସାମାଜିକ ସୁରକ୍ଷା ଆଦି ସମ୍ବଳିତ ବ୍ୟକ୍ତିଗତ ବା ସାମୂହିକ ସମସ୍ୟା ନେଇ ଏହି ଜନଶୁଣାଣୀରେ ଅଭିଯୋଗ ଉପସ୍ଥାପନ କରିପାରିବେ । ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଅନଲାଇନ ଆବେଦନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଜନଶୁଣାଣୀ ପାଇଁ ଅନଲାଇନ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତି ବା ବ୍ୟକ୍ତିବିଶେଷ ଶୁକ୍ରବାର ଦିବା ୧୧ ଘଟିକା ଠାରୁ ଶନିବାର ରାତି ୧୧.୫୯ ମିନିଟ୍ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏଥିପାଇଁ ଆବେଦନକାରୀ ଏକ୍ଟକ୍ଟଶକ୍ଷର କୁ ଯାଇ ହବଦ୍ଭବଗ୍ଦଙ୍କଦ୍ଭବଦ୍ଭସ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ରେ ଜିଲ୍ଲା ଚୟନ କରିବା ପରେ ଶୁଣାଣୀର ସ୍ଥାନକୁ ଚୟନ କରି ଆବେଦନ କରିପାରିବେ । ତତସହିତ ପୂର୍ବଭଳି ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ôଚ ସିଧାସଳଖ ନିଜ ଦରଖାସ୍ତକୁ ମଧ୍ୟ ପଞ୍ଜିକୃତ କରାଇପାରିବେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *