ଅବକାରୀ ବିଭାଗ ଚଢ଼ାଉରେ ମଦ ଜବତ

ନନ୍ଦାହାଣ୍ଡି:- ନବରଙ୍ଗପୁର ଅବକାରୀ ଅଧୀକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲିପ କୁମାର ରଥ ଙ୍କ ତତ୍ଵାବଧାନ ରେ ଓ ଅବକାରୀ ବିଭାଗିୟ କର୍ମଚାରୀ ମାନଙ୍କ ସହ , ନବରଙ୍ଗପୁର ଥାନା ପଡାଲଗୁଡା ପଞ୍ଚାୟତ ଅନ୍ତର୍ଗତ, ପୁରୁଣା ପାଣି ଗୁଡ଼ା ଆଦିବାସୀ ସାହିରେ ଆଜି ଚଢାଉ କରି , ଜଣେ ପୁରୁଷ ଆସାମୀ ନିକଟରୁ ୧୫(ପନ୍ଦର) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଯାଇଛି । ଆସାମୀ କୁ ମାନ୍ୟବର ଏସ୍ ଡି ଜେ ଏମ ଙ୍କ ଅଦାଲତ ରେ ହଜାର କରାଗଲା । ବିଭାଗର କେସ ନଂ ୭୧/୨୫ ରେ ମକଦ୍ଦମା ରୁଜୁ କରାଯାଇଛି । ଏହି ଚଢାଉରେ ରିସମା ସୁନା , ଆକ୍ରମ ଖାନ ଓ ଆକାଶ ଶବର ସହଯୋଗ କରି ଥିଲେ।

Leave a Reply

Your email address will not be published. Required fields are marked *