ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଉପଲକ୍ଷେ ତେରାପନ୍ଥ ଯୁବକ ପରିଷଦ ର ପ୍ରତିଷ୍ଠା ଦିବସ ରେ ରକ୍ତଦାନ ଶିବିର , 121 ୟୁନିଟ୍ ରକ୍ତ ସଂଗ୍ରହ

କେସିଙ୍ଗା,୧୭/09/୨୫

ଭାରତର ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଓ ତେରାପନ୍ଥ ଯୁବ ପରିଷଦ ର ପ୍ରତିଷ୍ଠା ଦିବସ ପରିପକ୍ଷରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। କେସିଙ୍ଗା ବିଜେପି ସେବା ପକ୍ଷ କମିଟି , ଆମ ଓଡ଼ିଶା ରକ୍ତଦାନ ଅଭିଯାନ, ଜେ ସି ଆଇ,ମାରୱାଡ଼ି ଯୁବା ମଞ୍ଚ ଓ ଅଗ୍ରୱାଲ ସଭା, ଆହୁରି କିଛି ଅନୁଷ୍ଠାନ ର ମିଳିତ ସହାୟତାରେ ସ୍ଥାନୀୟ ତେରାପନ୍ଥ ଭବନ ଠାରେ ଉକ୍ତ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ମୁଖ୍ୟ ବକ୍ତା ଭାବେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ଥାନା ଅଧିକାରୀ ଜୀତେନ୍ଦ୍ର ବିଶ୍ଵାଳ ଓ କେସିଙ୍ଗା ଏଡିସନାଲ ତହସିଲଦାର ହରିସିଂ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶ ଥାଉକି ତେରାପନ୍ଥ ଯୁବକ ସଂଘ ପ୍ରତିବର୍ଷ ତାର ପ୍ରତିଷ୍ଠା ଦିବସ ରେ ରକ୍ତ ଦାନ ଶିବିର ଆୟୋଜନ କରିଥାଏ ଚଳିତ ବର୍ଷ ମଧ୍ୟ ୭୫ ଦେଶରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି।କେସିଙ୍ଗା ସଂଘ କୁ ୩୦୦ ୟୁନିଟ ରକ୍ତ ସଂଗ୍ରହର ଲକ୍ଷ୍ୟ ଦିଆଯାଇଥିବା ବେଳେ ବଡ଼ମାଲ ଠାରେ ପ୍ରଥମ ଥର ୧୦୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ବାକି ୨୦୦ ୟୁନିଟ ରୁ କେସିଙ୍ଗା ରେ ସର୍ବ ମୋଟ ୧୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପରିଷଦ ର ସଭାପତି ଅରୁଣ ଜୈନ,ସମ୍ପାଦକ ଅଭିଷେକ ଜୈନ,ରାମ କୁମାର ଜୈନ, ଆମ ଓଡ଼ିଶା ର ସୁଶାନ୍ତ କୁମାର ମହାପାତ୍ର ଓ ଲିପୁ ବାଗ,ବିଜେପି ନଗର ସଭାପତି ପିଙ୍କୁ ପରିଡ଼ା, ମଗନ ସିନ୍ଦୂର,ପ୍ରୀତେଶ ପଟେଲ, କମଳାକାନ୍ତ ସାହୁ, ମୋଦିତ ଜୈନ,ରାହୁଲ ଜୈନ,ଆନନ୍ଦ ସାଗର ଜୈନ,ବିକାଶ ଜୈନ ଓ ରାଜେଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *