

କେସିଙ୍ଗା ତା 17.09.25
ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ୟୁଥ୍ ଓ ୟୁକୋ କ୍ଲବର ଶିକ୍ଷକ-ସଂଯୋଜକ ଶ୍ରୀ ଆର୍ତ୍ତତ୍ରାଣ ଷଡ଼ଙ୍ଗୀଙ୍କ ବଳିଷ୍ଠ ନେତୃତ୍ୱରେ ‘ଏକ ପେଡ୍ ମାଁ କେ ନାମ’ ଆଧାରରେ ସ୍ବତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରୀମାନେ ଏବଂ ଶିକ୍ଷକ,ଶିକ୍ଷୟିତ୍ରୀମାନେ ସର୍ବସାଧାରଣଙ୍କ ମନରେ ସଚେତନତା ସୃଷ୍ଟି ନିମନ୍ତେ ହାତରେ ପ୍ଲାକାର୍ଡ ଧରି ଓ ବୃକ୍ଷରୋପଣର ଆବଶ୍ୟକତା ସମ୍ବଳିତ ସ୍ଲୋଗାନ୍ ଦେଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏବଂ ସ୍ଥାନୀୟ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ଛାତ୍ରୀ ନିବାସରେ ବୃକ୍ଷରୋପଣ କରିଥିଲେ। ପରିଶେଷରେ ପୁରସ୍କାର ପ୍ରଦାନ ସମାରୋହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସମୀର କୁମାର ବେହେରା ସଭାପତି ଯୋଗଦାନ କରି ବୃକ୍ଷ ଜୀବଜଗତର ମୂଳ ଆଧାର ଶୀର୍ଷକରେ ଅଭିଭାଷଣ ପ୍ରଦାନ କରିଥିଲେ । ୟୂଥ୍ ଓ ୟୁକୋ କ୍ଲବର ଶିକ୍ଷକ-ସଂଯୋଜକ ଶ୍ରୀ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ହିନ୍ଦି ଶିକ୍ଷକ ଶ୍ରୀ କହ୍ନେଇଲାଲ୍ ସାହୁ ଓ କଳା ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ମେହେର ଯୋଗ୍ୟତମର ଉଦବର୍ତ୍ତନ ତଥା ଧାରଣୀୟ ବିକାଶ ନିମନ୍ତେ ବୃକ୍ଷର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏବଂ ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ହାଉସ୍ ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ଚିତ୍ରକଳା ଓ ଏକ ପେଡ୍ ମାଁ କେ ନାମ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ବିଜୟିନୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଶ୍ରୀ ଜି.କ୍ରିଷ୍ଣା ରେଡ୍ଡୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାହାଯ୍ୟ ଓ ସହଯୋଗ କରିଥିଲେ ।
କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ