ବାରିପଦା- ଉଦଳା(କ:ବ୍ଯୁ) ତା୧୩\୦୯\୨-୫ ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ ଦୁଗୁଧା କ୍ଲଷ୍ଟରରେ ତା-13.9.2025 ରିଖରେ ଅବସର ପ୍ରାପ୍ତ ଶିକ୍ଷକ ଗିରିଶ ଚନ୍ଦ୍ର ମହାନ୍ତ ଓ ପ୍ରଧାନ ଶିକ୍ଷକ ରାଜକିଶୋର ବିନ୍ଧାଣୀଙ୍କ ଉଦ୍ଦେଶ୍ୟରେ ଏକ ସଭା ସରକାରୀ ଉ. ପ୍ରା ବିଦ୍ୟାଳୟ, ଦୁଗୁଧା ରେ ସି. ଆର.. ସି. ସି. ନନ୍ଦନ କୁମାର ପଣ୍ଡା ଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛିI ଉକ୍ତ ସଭାରେ ଦୀପକ କୁମାର ମିଶ୍ର, ବି. ଇ. ଓ. ଉଦଳା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l ଶିକ୍ଷଜ ରଜତ କୁମାର ମହାପାତ୍ର, ଦୈତାରି ବିନ୍ଧାଣୀ, ନବୀନ ବେହେରା, ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିଲେ l ବିଦାୟୀ ଶିକ୍ଷକ ଦ୍ବୟ ମଧ୍ୟ ନିଜ ନିଜର ଅନୁଭୂତିର ସ୍ମୃତିଚାରଣ କରିଥିଲେ l ମାନପତ୍ର ଓ ଶାଲ ପ୍ରଦାନ ପୂର୍ବକ ଶିକ୍ଷକ ଦ୍ବୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶିକ୍ଷକ ଦୈତାରୀ ବିନ୍ଧାଣୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବାସ୍ଥଳେ ଶିକ୍ଷୟିତ୍ରୀ ଅନୁପମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l କ୍ଲଷ୍ଟରର ସମସ୍ତ ଶିକ୍ଷକ ଏଥିରେ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)