ପୁରୀରେ କାର୍ତ୍ତିକ ମାସ ପାଇଁ ପ୍ରସ୍ତୁତି ଆରମ୍ଭ, ହବିଷ୍ୟାଳୀଙ୍କ ପାଇଁ ଚଳିତବର୍ଷ ମଧ୍ୟ ଅନଲାଇନରେ ପଞ୍ଜୀକରଣ କରାଯିବ

ପୁରୀ: ବଳରାମ ତ୍ରିପାଠି ରିପୋର୍ଟ ପୁରୀ:ପୁରୀରେ କାର୍ତ୍ତିକ ମାସ ପାଇଁ ପ୍ରସ୍ତୁତି ଆରମ୍ଭ । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ହବିଷ୍ୟାଳୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ସୁରକ୍ଷିତ ରହଣି,ସ୍ନାନ, ଶୌଚ, ମହାପ୍ରସାଦ ସେବନ ଆଦି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ କୁହାଯାଇଛି ।

ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦିଆଯାଇଛି ଦାୟିତ୍ବ । ବିଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନଲାଇନରେ ପଞ୍ଜୀକରଣ କରାଯିବ । ଅକ୍ଟେବାର ୭ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *