
ବାରିପଦା/ଉଦଳା : (କ:ବ୍ଯୁ) ତା୧୧\୦୯\୨୫ ଉଦଳା ଏନ୍ ଏ ସି ଅଧିନସ୍ଥ ମାର୍କେଟ କମ୍ପ୍ଲେକ୍ସ ଗୁଡିକ ମଧ୍ୟ ରୁ କେତେକ ବଜାରର ବ୍ଯାବସାୟିକ କେନ୍ଦ୍ର ସ୍ଥଳ ଆଖ ପାଖରେ ତ ଆଉ କେତେକ ବାହାର ଏରିଆରେ ଅବସ୍ଥିତ,ଯେଉଁଠାରେ କି ଲୋକ ଗତାଗତ ଅଭାବରୁ ବ୍ଯବସାୟ ନୈରାସ୍ଯଜନକ ଅବସ୍ଥାରେ,ଏତଦ୍ବ୍ୟତୀତ ଉଦଳାରେ କୌଣସୀ କଳକାରଖାନା ନଥିବାରୁ ଏଠିକାର ଗ୍ରାହକମାନେ ସ୍ବଛ୍ଛଳ କ୍ରୟଶକ୍ତିସମ୍ପର୍ଣ ନୁହନ୍ତି।ଉଦଳା ଏକ ଆଦିବାସୀ ଓ ଚାଷୀବହୁଳ ଅଞ୍ଚଳ ହୋଇଥିବାରୁ ବର୍ତ୍ତମାନ ବର୍ଷାକାଳରେ ଲୋକେ ଚାଷ କାର୍ଯରେବ୍ଯସ୍ତ ଯୋଗୁଁ ବ୍ଯବସାୟ,କିଣାବିକା ଆଦି ମନ୍ଥର।ଏଣୁ ଉଦଳା ଦୋକାନୀ ମାନେ ଏହି ସମୟରେ ମୂଳ ଯମା ଖାଇ ଅପେକ୍ଷାରେ ଅଛନ୍ତି ଆଗକୁ ସିଜିନ୍ ଆସିଲେ ମୂଳ ଭରଣା କରିବେ।ଏପରି ସ୍ଥଳେ ଅଧୁନା ଏନ୍ ଏ ସି କର୍ତ୍ତୃପକ୍ଷଙ୍କ ଭଡା ବୃଦ୍ଧି କରିବା ନିଷ୍ପତ୍ତି ଦୋକାନୀ ମାନଙ୍କ ଉପରେ କୋରଡା
ମାଡ ସଦୃଶ ହୋଇପଡୁଛି।
ଏଣୁ ଏନ୍ ଏସି କର୍ତ୍ତୃପକ୍ଷଙ୍କ ପ୍ରସ୍ତାବିତ ଭଡା ବୃଦ୍ଧି ନିଷ୍ପତ୍ତିକୁ ବର୍ତ୍ତମାନ ସ୍ଥଗିତ ରଖିବା ପାଇଁ ସାଧାରଣରେ ଦାବୀହେଉଅଛି।ଆଗାମୀ ଦିନରେ ଏଥିପାଇଁ ତୀବ୍ର ଜନ ଆନ୍ଦୋଳନର ସୂତ୍ରପାତ ହେବାକୁ ଯାଉଥିବାର ସାଧାରଣ ସୂତ୍ରରୁ ପ୍ରକାଶ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)