ଯାଜପୁର ଜିଲ୍ଲା ସର୍ବୋଦୟ ମଣ୍ଡଳ ତତଫରୁ ସନ୍ଥ ବିନୋବା ଭାବେ ଙ୍କ ଜୟନ୍ତୀ ପାଳନ।

ଚଣ୍ଡିଖୋଲ : ୧୨/୯(କ ଵ୍ୟୁ) ଭୂଦାନ ଆନ୍ଦୋଳନ ର ପ୍ରବକ୍ତା ସନ୍ଥ ବିନୋବା ଭାବେ ଙ୍କ ୧୩୧ତମ ଜୟନ୍ତୀ ଯାଜପୁର ଜିଲ୍ଲା ସର୍ବୋଦୟ ମଣ୍ଡଳ ତତଫରୁ ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ବଡଚଣା ସରକାରୀ ଉଚ୍ଚ ବିଦ୍ୟାଳୟ ଖଇରା ଠାରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ମୃତି ରଂଜନ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା ସର୍ବୋଦୟ ମଣ୍ଡଳ ର ସଭାପତି ରାମଚନ୍ଦ୍ର ଶୁକ୍ଳ ,ଯୋଗଦେଇଥିବା ବେଳେ ଅନ୍ୟ ତମ ଅତିଥି ଭାବେ ରାଜ୍ୟ ସଦସ୍ୟ ତପନ କୁମାର ବେହେରା ଓ ସର୍ବୋଦୟ ମଣ୍ଡଳ ର ଲୋକସେବକ ପିତାମ୍ବର ପାତ୍ର ପ୍ରମୁଖ ଯୋଗଦେଇ ସନ୍ଥ ବିନୋବା ଭାବେ ଙ୍କ ଜୀବନୀ ଦର୍ଶନ, ଦାର୍ଶନିକତା, ଆଧ୍ୟାତ୍ମିକତା, ସାମାଜିକତା ଓ ଗାନ୍ଧୀ ଙ୍କ ଦ୍ଵାରା ଅନୁପ୍ରାଣିତ ରୁ ସ୍ଵରାଜ୍ୟ ଆନ୍ଦୋଳନ, ସତ୍ୟାଗ୍ରହ ପ୍ରମୁଖ ଭୂମିକା ସହ ଭୂଦାନଆନ୍ଦୋଳନ ବିଷୟରେ ଆଲୋଚନା କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଯୋଗଦେଇଥିବାବେଲେ ବିନୋବା ଭାବେ ଙ୍କ ଜୀବନୀ ଉପରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସାନ୍ତ୍ଵନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସହକାରୀ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *