ଟ୍ରକ ଚାଳକ ମାନଙ୍କୁ ମାଗଣା ୱାଟର ଫିଲ୍ଟର ବଣ୍ଟନ

ଚଣ୍ଡିଖୋଲ : ୧୧/୯(କ ଵ୍ୟୁ) ଆଜି ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଗରୱାରେ ଟେକ୍ନିକାଲ ଫେବ୍ରିକ୍ସ ତରଫରୁ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଅର୍ନ୍ତରାଷ୍ଟ୍ରୀୟ ଅଗ୍ରୱାଲ ସମ୍ମେଳନ,(ପଞ୍ଜି)ଆନୁକୂଲ୍ୟରେ ଓ ମୋଦି ଏଣ୍ଟର ପ୍ରାଇଜର୍ସ ସହଯୋଗରେ ଚଣ୍ଡିଖୋଲ ଅଞ୍ଚଳର ଟ୍ରକ୍ ଚାଳକ ମାନଙ୍କୁ ମାଗଣାରେ ୱାଟର ଫିଲ୍ଟର ବଣ୍ଟନ କରାଯାଇଥିଲା । ଏଥିରେ ଅତିଥି ଭାବେ ଆଞ୍ଚଳିକ ପ୍ରବନ୍ଧକ ରାହୁଲ ଝା, ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘର ସଭାପତି ପୁଷ୍ପରାଜ ନାୟକ  ସମ୍ପାଦକ କ୍ରିତ୍ତିରାଜ୍ ସ୍ବାଇଁ ,ଅମିତ୍ ମୋଦି ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସ ରଞ୍ଜନ ନାୟକ ,ସତ୍ୟବ୍ରତ ଖଣ୍ଡାୟୀ, ସତ୍ୟଜିତ ବଳ ,ଦେବରଞ୍ଜନ ସ୍ବାଇଁ , ରତିକାନ୍ତ ସ୍ବାଇଁ, ବସନ୍ତ କୁମାର ନାୟକ ଜାହିଦ ଖାଁ ,ବିଶ୍ୱଜିତ୍ ବିଶ୍ୱାଳ ,ଉମେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *