ପାରାଦ୍ଵୀପ କଂଗ୍ରେସ୍ ର ସୃଜନ ମୂଳକ ସଙ୍ଗଠନ ଅଭିଯାନ , ଯୋଗ ଦେଲେ ଛାମୁଆ ନେତା

ପାରାଦୀପ ଗୁରୁବାର ଅପରାହ୍ନ ୪.୦୦ ଘଟିକା ସମୟରେ ମ୍ୟୂନିସିପାଲିଟି କଲ୍ୟାଣ ମଣ୍ଡପରେ ପାରାଦ୍ବୀପ ନଗର କଂଗ୍ରେସ ଦ୍ବାରା ଆୟୋଜିତ “ସଂଗଠନ ସୃଜନ୍ ଅଭିଯାନ” କାର୍ଯ୍ୟକ୍ରମ ଚାଲିଥିବା ସମୟରେ କିଛି ବିଶୃଙ୍ଖଳିତ ବ୍ୟକ୍ତ ଏବଂ ଅନ୍ୟାନ୍ୟ ଅସାମାଜିକ ବ୍ୟକ୍ତିମାନେ ବିନା ନିମନ୍ତ୍ରଣ ରେ ସେଠାରେ ପହଞ୍ଚି ସଭା କାର୍ଯ୍ୟରେ ବାଧା ସୃଷ୍ଠି କରିବା ସହିତ ଆମ ଦଳର କେନ୍ଦ୍ରିୟ ପର୍ଯ୍ୟବେକ୍ଷକ ଶ୍ରୀ ଏମ୍ ଲିଜୁ, ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ରାଜକିଶୋର ବାରିକ୍, ଜିଲ୍ଲା ସଂଯୋଜକ ଶ୍ରୀ ନଟବର ବାରିକ୍, ପାରାଦ୍ବୀପ ର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ନିରଞ୍ଜନ ନାୟକ, ନଗର କଂଗ୍ରେସ ସଭାପତି କେଦାରନାଥ ବିଶ୍ବାଳ, ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ପୁଷ୍ପଲତା ଦାସ୍, ଏସ.ସି ସେଲ୍ ଅଧ୍ୟକ୍ଷ ବିଜୟ କୁମାର ସେଠୀ ସମେତ ସେଠାରେ ଉପସ୍ଥିତ ଅନ୍ୟାନ୍ୟ କଂଗ୍ରେସ୍ କର୍ମ କର୍ତ୍ତା ଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ଧକ୍କା ମଧ୍ୟ ମାରିଥିଲେ ଏବଂ ବାପି ସାର୍ଖେଲ୍ ଜିନ୍ଦା ବାଦ୍ ନାରା ବାଜୀ ଦେଇଥିଲେ । ଆମେ ଏହାର ପ୍ରତିବାଦ କରିବା ସହିତ ପୋଲିସର ସହାୟତା ଲୋଡି ଥିଲୁ ଏବଂ ଯଥା ଶିଘ୍ର ପୋଲିସ ପହଞ୍ଚି ସେମାନଙ୍କୁ ଆୟତ୍ତ କରିବା ସହିତ ସଭା ସ୍ଥଳରୁ ବିଦା କରିଥିଲେ । ପରେ ପରେ ସେମାନେ ଆମ ନେତା ନିରଞ୍ଜନ ନାୟକ ଏବଂ ନଗର କଂଗ୍ରେସ ସଭାପତି କେଦାର ନାଥ ବିଶ୍ବାଳଙ୍କ ନାମରେ ଏକ ମିଥ୍ୟା ମୋକଦମା ଦାୟର୍ କରିବା ସହିତ ଗଣ ମାଧ୍ୟମ ସାମ୍ନାରେ ଗୁଡାଏ ମିଥ୍ୟା ଆରୋପ ଲଗେଇ ଥିଲେ ଯାହା ସମ୍ପୁଣ୍ଣ ନିରାଧାର ଅଟେ । ଆପଣଙ୍କ ମାଧ୍ୟମରେ ଆମେ କହିବାକୁ ଚାହୁଁଛୁ ଯେ, ସେମାନେ କୌଣସି କଂଗ୍ରେସ୍ କର୍ମୀ ନୁହଁନ୍ତି କିମ୍ବା କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ଯୋଗ ମଧ୍ୟ ଦିଅନ୍ତି ନାହିଁ । ସେମାନେ ଯେହେତୁ ବାରମ୍ବାର ବାପି ସାର୍ଖେଲ୍ ନାମ ଉଚ୍ଚାରଣ କରୁଥିଲେ, ତେଣୁ ଆମେ ଅନୂଭବ କରୁଛୁ ଯେ, ଆମ ସଭାକୁ ଭଣ୍ଡୁର୍ କରିବା ପାଇଁ ବାପି ସାର୍ଖେଲ୍ ଦ୍ବାରା ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ l ଯାହା ସମ୍ପୁଣ୍ଣ ଭାବରେ ବିଫଳ ହୋଇଛି । ପୂନର୍ବାର କହି ରଖୁଛୁ ସେମାନେ କେହି ବି କଂଗ୍ରେସ କର୍ମୀ ନୁହଁନ୍ତି ଏବଂ ସେମାନେ ସମସ୍ତେ ଅନୂ ପ୍ରବେଶ କାରୀ, ବିଶୃଙ୍ଖଳିତ ଏବଂ ଅସାମାଜିକ ବ୍ୟକ୍ତି ଅଟନ୍ତି । ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *