ଶୈଳେଶ ମିଶ୍ର ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

ଚଣ୍ଡିଖୋଲ : ୬/୯(କ ଵ୍ୟୁ) : ଯାଜପୁର ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଯାଜପୁର ର ମିଳିତ ଆନୁକୂଲ୍ୟରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବରେ ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ଖଇରା ସ୍ଥିତ ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶାରିରୀକ ଶିକ୍ଷା ବିଭାଗର ଶିକ୍ଷକ ଶୈଳେନ୍ଦ୍ର ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମହେଶ୍ୱର ସାହୁ ଯୋଗଦେଇ ଶ୍ରୀ ମିଶ୍ରଙ୍କୁ ମାନପତ୍ର,ଉପଢୌକନ,ପୁଷ୍ପ ଗୁଚ୍ଛ, ଓ ଟ୍ରଫି ପ୍ରଦାନ କରିବା ସହିତ ଶ୍ରୀ ମିଶ୍ରଙ୍କ ଛାତ୍ରବତ୍ସଳ, କର୍ତବ୍ୟନିଷ୍ଟ, ସମୟାନୁବର୍ତ୍ତି, ଶିକ୍ଷକ ଭାବରେ ସମଗ୍ର ବଡଚଣା ଶିକ୍ଷା ମଣ୍ଡଳ ରେ ପରିଚିତ ଥିଲେ। ତାଙ୍କର ବୋଧଗମ୍ୟ ଶିକ୍ଷା ଦାନ, ବଳିଷ୍ଟ କ୍ରୀଡା ପ୍ରଶିକ୍ଷକ ଓ ମାର୍ଗଦର୍ଶନ ରେ ବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନୁଷ୍ଟିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଭାଗନେଇ କୃତକାର୍ଯ୍ୟ ହେବା ସହିତ ବିଦ୍ୟାଳୟ ପାଇଁ ସମ୍ମାନ ବୃଦ୍ଧି କରିଛନ୍ତି ବୋଲି କହିବା ସହିତ ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ସୁରମା ମହାପାତ୍ର , ସବିତା ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟଙ୍କ ସମେତ ବହୁ ବ୍ଲକ ଶିକ୍ଷା ଅଧିକାର ଉପସ୍ଥିତ ଥିଲେ। ଏଥି ସହିତ ଏହି ବିଦ୍ୟାଳୟର ସୂଜେତା ସୁଖଦlୟିନୀ ଆଚାର୍ଯ୍ୟ ଓଡ଼ିଆ ବିଭାଗ,ନମିତା ସାହୁ ଇଂରାଜୀ ବିଭାଗ ଗୀତାଞ୍ଜଳୀ ସାହୁ ଗଣିତ ବିଭାଗ ପ୍ରମୁଖ ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିପାଇଁ ବଡଚଣା ବିଧାୟକ ଅମର ନାୟକ, ଭାରପ୍ରପ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ମୃତି ରଂଜନ ଆଚାର୍ଯ୍ୟ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଅଭିଭାବକ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତା ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *