
ଚଣ୍ଡିଖୋଲ : ୬/୯(କ ଵ୍ୟୁ) : ବଡଚଣା ବ୍ଲକ୍ ଅନ୍ତର୍ଗତ ଚଣ୍ଡିତଳ ସାର୍ବଜନିନ ଦୂର୍ଗା ପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ମୃମୟୀ ମୂର୍ତ୍ତୀ ନିର୍ମାଣ ପାଇଁ ପବିତ୍ର ମାଟି ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି। ଦୂର୍ଗା ମଣ୍ଡପଠାରୁ ପୁରୋହିତ, କର୍ତ୍ତା ଓ କମିଟିର କର୍ମକର୍ତା ସଭ୍ୟ ମାନେ ବାଜା ବାଣ ସଂକୀର୍ତ୍ତନ ସହ ଏକ ଶୋଭାଯାତ୍ରାରେ ଯାଇ ପଡିଆ ରୁ ପବିତ୍ର ମାଟି ସଂଗ୍ରହ କରିଥିଲେ। ପାରମ୍ପରିକ ରୀତିନୀତି ଓ ପୁଜା ପଦ୍ଧତି ଅନୁଯାୟୀ ପୁଜକ ସମେତ, କର୍ତ୍ତା ପ୍ରକାଶ ମହାନ୍ତି ପବିତ୍ର ମାଟି ସଂଗ୍ରହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କମିଟି ସଭାପତି ଚିନ୍ମୟ ମହାନ୍ତି, ଉପ ସଭାପତି ଧନେଶ୍ୱର ଦାସ, ସମ୍ପାଦକ ମହେଶ୍ୱର ମହାନ୍ତି ,ସହ ସମ୍ପାଦକ ସନ୍ତୋଷ ଦାସ ,କୋଷଧକ୍ଷ ପ୍ରବୀର ଦାସ, ଉପ କର୍ତ୍ତା ରଜତ ମହାନ୍ତି ସମେତ ନୟନ ପଟ୍ଟନାୟକ , ଦେବେନ୍ଦ୍ର ମହାନ୍ତି , ପଙ୍କଜ ଦାସ, ସନ୍ଦୀପ କାନୁନଗୋ, ଦେବେନ୍ଦ୍ର ମଲ୍ଲିକ , କୈଳାଶ ମଲ୍ଲିକ ବିନୋଦ ଦଳେଇ ପ୍ରମୁଖ ଉପସ୍ଥିତ ଥିଲ।