“ଆଗାମି ୧୭ ତାରିଖ ବ୍ୟାପକ ବୃକ୍ଷ ରୋପଣ ସଫର ପାଇଁ ଚାରା ବଣ୍ଟନ ର ଶୁଭାରମ୍ଭ ହୋଇ ଯାଇଛି”

ବାରିପଦା-ଉଦଳା(କ:ବ୍ଯୁ) ତା୪/୯/୨୦୨୫( )ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବନ୍ୟାଞ୍ଚଳ ଅଧିନ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ‌ ଜନ୍ମ ଦିନ ରେ (ମା ପାଇଁ ଗଛ ଟିଏ )ବ୍ୟାପକ ବୃକ୍ଷ ରୋପଣ ଦେଶ ବ୍ୟାପି କାର୍ଯ୍ୟକ୍ରମ ର ଅବ୍ୟବହିତ ପୂର୍ବରୁ ଚାରା ବଣ୍ଟନ ର ଶୁଭାରମ୍ଭ ହୋଇଛି ।ଏହି ଅବସର ରେ ୩ ଗୋଟି ବ୍ଲକ ର ୨୮ ଗୋଟି ଗ୍ରାମପଞ୍ଚାୟତ ରେ ୫୦୦କରି ଜଙ୍ଗଲି ଚାରା ଗଛ ଲଗାଯିବା ର ବ୍ଯବସ୍ଥା ରହିଅଛି ।ଆଜି ୪ତାରିଖ ଚାରା ଗଛ ବଣ୍ଟନ ର ଶୁଭାରମ୍ଭ ଅବସର ରେ ଵନାଞ୍ଚଳ ଅଧିକାରୀ ଜଗଦୀଶ କୁମାର ଦାଶ ଙ୍କ କରକମଳ ରେ  ଭୀମତାଳି ଓ ବଡସିଙ୍ଗାରିଆ ଗ୍ରାମପଞ୍ଚାୟତ ଙ୍କୁ ୫୦୦ କରି ଜଙ୍ଗଲି ଚାର ଗଛଜଥା ଶିଶୁ,ଅଂଳା,ବଉଳ,ଜାମୁ,ପଣସ,  ପିଜୁଳି ଆଦି ଗଛ ପ୍ରଦାନ କରାଯାଇଅଛି ।ଏହି ଅବସର ରେ ସ୍ଥାନୀୟ ଜନସାଧାରଣ ଙ୍କୁ ଜଙ୍ଗଲ ସୁରକ୍ଷିତ ରଖିଲେ ଜଳବାୟୁ ର ସୁପ୍ରଭାବ ସ୍ଥାନୀୟ ଅଞ୍ଚଳ ରେ ପ୍ରତିଫଳିତ ହେବାର ବାର୍ତ୍ତା ପ୍ରଦାନ କରିଥିଲେ ।ଏହି ଅବସର ରେ କୁଅଁର ପାଳ ଭି ଏସ ଏସ ର ସଭାପତି ଅଭିରାମ ବାରଶାଳିଆ,ନୁଆ ସାହି ଭି ଏସ ଏସ ର ସଭାପତି ସିଦ୍ଧେଶ୍ଵର ଭଞ୍ଜ ବାବୁ,କୁଳମଣୀ ବେହେରା ଓ ସଭ୍ୟ ସଭ୍ୟା ଉପସ୍ଥିତିରେ ବୈଠକ ହୋଇଯାଇଛି ।ଏହି କାର୍ଯ୍ୟାଳୟକୁ ସଫଳ କରିବା ରେ  ବନପାଳ ଅଙ୍କୁର ମହାଳିକ,ବନରକ୍ଷୀ ସୈାମ୍ୟା ସୁଚରିତା
ମହାପାତ୍ର ,ସାରସ୍ମିତା ସେନାପତି ଓ ଅନନ୍ତ ନାରାୟଣ ଚୈଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *