
ବହୁଗଛ ଦେଶୁ ଲୋପ ପାଇଲାଣି
ତାମଧ୍ୟୁ ଏ ତାଳଗଛ
ଯଦି ଏହିଗଛ ଲୋପ ପାଇଯାଏ
ବଜ୍ର ଗୋଡ଼ାଇବ ପଛ…….. 1
ଆମ ବାପାମାଆ ଅମଳରେ ପରା
ପଡ଼ୁ ନଥିଲା ବଜର
ଏବେ ସେଉଁ ପରି ବଜ୍ର ପଡୁଅଛି
ଖାଇବ ମଣିଷ ଶିର……… 2
ଶାଗୁଣା ବିଲୁଆ ଚିଲପକ୍ଷୀ ପରି
ମାନବ ହୋଇବେ ଲୋପ
ଏ ବିଶ୍ଵ ମଧ୍ୟରେ ମଣିଷ ଜାତିର
କମିଯିବ ସବୁ ଧାପ………. 3
ତେଣୁ ହେ ମାନବ ଯେତେପାର ସେତେ
ତାଳମଞ୍ଜି ଦିଅ ରୋପି
ପାଞ୍ଚବର୍ଷ ପରେ ଏ ମଣିଷ ଜାତି
ହୋଇବ ଜୀବନେ ହାପି……. 4
ଏ ବୃକ୍ଷ ରୋପିବା ଅତିବ ସହଜ
ଲୋଡ଼ନାହିଁ ଜଗା ରଖା
ଗାଈ ଖାଇବେନି ନଷ୍ଟ ହେବନାହିଁ
ଖାଲି ଏଣେ ତେଣେ ପକା……. 5
ଯଦି ଏହି ଗଛ ଲଗାଇବ ନାହିଁ
ମରିଯିବା ସବୁ ଭାଇ
ଏ ରାଇଜେ ଆଉ ରହିବେନି କେହି
ହୋଇଯିବ ମରୁଭୂଇଁ ……. 6
ସେ ହିରୋସୀମାରେ ଘାସ କଅଁଳୁନି
ସେହି ମହାଶକ୍ତି ପାଇଁ
ମାତ୍ର ପରମାଣୁ ବଜର ଶକ୍ତିକୁ
କେବେ ନପାରଇଁ ଛୁଇଁ……… 7
ପରମାଣୁ ଗୁରୁ ଅଟଇଁ ବଜର
ବଜ୍ର ଗୁରୁ ତାଳଗଛ
ସବୁ ଦେବାଦେବୀ ରଖି ପାରିବେନି
ତାଳଗଛ ନୁହେଁ ମିଛ…….. 8
ତେଣୁ ରୋପ ତାଳ ହୋଇଯିବ ବଳ
ରାଇଜେ ହୋଇବ ବୀର
ହସିବ ଭାରତ ହସିବ ଆରତ
ତ୍ରିରଙ୍ଗାରେ ହେବ ହିରୋ……. 9
🇮🇳
ଆମ୍ବେଦକର ପାଠାଗାର
ମହାକାଳପଡ଼ା
କେନ୍ଦ୍ରାପଡା