

ପଦ୍ମପୁର :
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପଦ୍ମପୁର ଏନ,ଏସ, ସିକାର୍ଯ୍ୟାଳୟ ଠାରେ ସ୍ବାୟତ ଶାସନ ଦିବସ ଆଡମ୍ବରରେ ପାଳନ ହୋଇଯାଇଛି l ଏହି ଅବସର ରେ ପଦ୍ମପୁର ଠାରେ ନର୍ସିଂ କଲେଜ ର ଛାତ୍ରୀ କୁମାରୀ ଆଶାଞ୍ଜଳି ବାଗ ନୃତ୍ୟ ପରିବେଷଣ କରି ପୁରସ୍କାର ଲାଭକରି ସମ୍ମାନିତ ହୋଇଥିଲେ l ଆକର୍ଷଣୀୟ ଯେ ପରିବେଶ ସୁରକ୍ଷା ଉପରେ ସଚେତନତl ଉପରେ ନୃତ୍ୟ ପରିବେଷଣ କରି ଯୁବପିଢ଼ି ଓ ଶିକ୍ଷିତ ଛାତ୍ର ସମାଜ ପାଇଁ ବାର୍ତ୍ତା ରଖିଥିଲେ l ଛାତ୍ରୀ ଅଶାଞ୍ଜଳି ବାଗ ସମ୍ମାନିତ ହୋଇଥିବାରୁ ନର୍ସିଂ କଲେଜର ସମସ୍ତ କର୍ମକର୍ତ୍ତା ତରଫରୁ ଅଭିନନ୍ଦନ ସହିତ ତାଙ୍କୁ ସାଧୁବାଦ ଦିଆଯାଇଥିଲା l
ରିପୋର୍ଟ : ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପ ,,