ମୃତ ସୌମ୍ୟାଶ୍ରୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର—- ବାଲେଶ୍ୱର ଏଫଏମ କଲେଜର ଆତ୍ମାହୂତି କରି ମୃତ୍ୟୁ ବରଣ କରିଥିବା ସୌମ୍ୟାଶ୍ରୀଙ୍କ ଉଦେଶ୍ୟରେ ଗୁରୁବାର ପାପଡାହାଣ୍ଡି ଡାଳିମ୍ବଦେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ପ୍ରିନ୍ସପାଲ ସାନା ସାହୁଙ୍କ ଅଧକ୍ଷତାରେ ପୁର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ, ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ର, ଈଶ୍ୱର ମିର୍ଗାନ, ଶଶୀ ମୋହନ ଶର୍ମା, ରାଜ କିଶୋର ରାଓ, ଶେଖ ୱାଜିର ହୁସେନ, ଶେଖ ଆକବର ହୁସେନ, ଲାଲ ମହମ୍ମଦ ଖାନ ପ୍ରମୁଖ ଯୋଗ ଦେଇଥିଲେ | ମୃତ ଛାତ୍ରୀଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ସହ ନୀରବ ପ୍ରାର୍ଥନା କରାଯାଇଥିଲା | ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା | ଭୁଜବଳ ଏହି ପରି ଘଟଣାଜୁ ନିନ୍ଦା କରିବା ସହ ଏପରି ଘଟଣାର ପୁନରାବୃତ୍ତି ନ ହେବା ଲାଗି କହିଥିଲେ | କୌଣସି ସମସ୍ୟା ହେଲେ ତୁରନ୍ତ ତାଙ୍କୁ ଜଣାଇବା ଲାଗି କହିଥିଲେ | କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ସହ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *