ସୋମ୍ୟାଶ୍ରି ର ମୃତ୍ୟୁ ପରେ ସରକାର ଓ ପ୍ରଶାସନିକ ଅଧିକାରୀ ମାନଙ୍କ ନିଦ ଭାଙ୍ଗିଛି ।

କେସିଙ୍ଗା ତା 18.07.25

ଛାତ୍ରୀ ମାନଙ୍କୁ ଶିକ୍ଷାନୁଷ୍ଠାନ ମାନଙ୍କରେ ଚାଲିଛି ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।ସରକାର ପୂର୍ବରୁ ଶିକ୍ଷାନୁଷ୍ଠାନ ମାନଙ୍କରେ ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିଲା ,ଯାହାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଯାଇଛି ।ଏହି କ୍ଷେତ୍ର ରେ କେସିଙ୍ଗା ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ସଚେତନ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ଯୋଗଦେଇଥିଲେ ।
ବାଲେଶ୍ଵର ଜିଲ୍ଲା ସୌମ୍ୟାଶ୍ରୀ ବିଶି ଙ୍କ ଆତ୍ମାହତ୍ୟା ଘଟଣା ପରେ ରାଜ୍ୟ ସରକାର ଙ୍କ ପଶିଛି ଚେତା ଘଟଣାର ପୁନରାବୃତ୍ତି ଯେପରି ନହେବ ସେଥିପ୍ରତି ସରକାର ଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କମିଟି ଗଠନ କରାଯାଇଛି ବୋଲି ସୂଚନା ଦେଇଥିଲେ ଜିଲ୍ଲାପାଳ । ଜିଲ୍ଲାପାଳ ସଚିନ ପାୱାର କେସିଙ୍ଗା ମହାବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ରୀ ମାନଙ୍କୁ ସରକାର ଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ କଣ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା କହିବା ସହିତ ଆଗାମୀ ଦିନରେ କମିଟି ଗଠନ କରିବା ସହିତ କେମିତି ରେ କିଏ କିଏ ରହିବେ କମିଟି କିପରି କାର୍ଯ୍ୟ କରିବ ଛାତ୍ରୀ ମାନେ କିଭଳି ଅଭିଯୋଗ କରିବେ ସେହି ବିଷୟ ରେ ସୂଚନା ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ , ବିଡ଼ିଓ ଜନ୍ମେଜୟ ସ୍ୱାଇଁ ,ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ମୋନାଲିସା ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ଛାତ୍ରୀ ମାନଙ୍କୁ ସଚେତନତା ବିଷୟ ରେ ବୁଝାଇଥିଲେ ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *