ତା ୨୧/୦7/୨୫
ପଦ୍ମପୁର (ପଥୁରୀ )
ଦୁଆର ମୁହଁ ରାସ୍ତାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦାଦାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାଟି ପଦ୍ମପୁର ଥାନା ଅନ୍ତର୍ଗତ ଡ଼ଙ୍ଗାଘାଟ ଗ୍ରାମପଂଚାୟତ ପଥୁରୀ ଗାଁରେ ଘଟିଛି lଏଭଳି ଅଭାବନୀୟ ଘଟଣା ଗାଁରୁ ମିଳିଥିବା ସୂଚନା ଅନୁସାରେ ପଦ୍ମପୁର ଥାନା ପଥୁରୀ ଗାଁର ବିଶିକେଶନ ନାଗ ତାଙ୍କ ବିଲରେ ଛତୁ ଚାଷ କରି ଆସୁଛନ୍ତି । କିନ୍ତୁ ରବିବାର ଦିନ ସନ୍ଧ୍ୟା ସମୟରେ ବିଲରୁ ଫେରିଲା ପରେ ଛତୁ ଚୋରି ହୋଇଥିବା ସନ୍ଦେହ କରି ବିଶିକେଶନ ଗାଁ ମଝିରେ ପାଟି କରିଥିଲେ । ପରେ ତାଙ୍କ ପୁତୁରା ପୁଚୁ ନାଗ ଓରଫ ଶଶିଭୂଷଣ ନାଗଙ୍କ ମଧ୍ୟରେ କିଛି ବଚସା ହୋଇଥିଲା । ଆଜି ସକାଳୁ ମଧ୍ୟ ଉଭୟଙ୍କ ମଧ୍ୟରେ ଗତକାଲି ଘଟଣାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ହଠାତ ପୂର୍ବାହ୍ଣରେ ପୁତୁରା ଦାଦାଙ୍କୁ ଆକ୍ରମଣ କରିଥିଲା ।ବିଶିକେଶନ ତାଙ୍କ ନିଜ ଜ୍ବାଇଁଙ୍କୁ ଡାକି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ । ସେହି ସମୟରେ ପୁତୁରା ଜଣକ ପୁଣି ତାଙ୍କ ସ୍ତ୍ରୀ ଖୁଡି ବେଳମତି ଓ ଭଉଣୀ ସାବିତ୍ରୀଙ୍କୁ ଧାରୁଆ ଟାଙ୍ଗିଆରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଖୁଡି ଓ ଖୁଡି ଝିଅଙ୍କ ମୃତ୍ୟୁ ହୋଇଥିଲା। ମରିଯାଇଥିବା ଜାଣି ଅଭିଯୁକ୍ତ ନିଜେ ଯାଇ ପଦ୍ମପୁର ଥାନାରେ ଆତ୍ମସମର୍ପଣ କରିଛି। ଏ ବିଷୟରେ ଖବର ପାଇ ପଦ୍ମପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖି ପୁଙ୍ଖାନୁପୁଙ୍ଖ ଜାଣିବା ପ୍ରୟାସ ରଖିଛି l ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପଙ୍କ ରିପୋର୍ଟ l