ବିଧବା ମହିଳାଙ୍କୁ ନେଇ ଯାଉଥିବା ବେଳେ ପୋଲିସହାତରେ ଧରା ପଡିଲେ l

ବରଗଡ : 21/7 : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ପରିସୀମାରେ ଏକ ଅଭାବନୀୟ ଘଟଣା ଘଟିଛି l ଘଟଣାଟି ବରଗଡ ଜିଲ୍ଲା ଗାଇସିଲଟର ଏକ ଉପାନ୍ତ ଅଞ୍ଚଳରୁ ନିରୀହ ବିଧବା ମହିଳାଙ୍କୁ ପ୍ରଲୋଭନ ଦେଖେଇ ବରିହାପୁଖାପାଣି ଗାଁ ର ଶ୍ରୀ ଶେଷଦେବ ମେହେର ପିତା-ଲିଙ୍ଗରାଜ ମେହେର ଭୁବନେଶ୍ୱରକୁ ନେଉଥିବା ବେଳେ ପୋଲିସ ସୂଚନା ପାଇ ସଫଳତାର ପରାକାଷ୍ଟ ଦେଖାଇଛି l ପଡୋଶୀ କେତେକ ଗାଁରୁ ସାତ ଜଣ ବିଧବା ମହିଳାଙ୍କୁ କିଛି ମିଠା କଥା କହି ବରଗଡ଼ରୁ ମହିଳା ସୁଜାତା ଛତର ଙ୍କୁ ବରଗଡ଼ ରେଳ ଷ୍ଟେସନରେ ଭେଟି ତାଙ୍କ କଥିତ ମୁତାବକ ଶତାବ୍ଦୀ ବସ ଯୋଗେ ନେଉଥିଲେ l ପୋଲିସ ସଚେତନର ସହ ଶତାବ୍ଦୀ ବାସକୁ ଯଥାସ୍ଥାନରେ ଅଟକାଇ ବସ କୁ ଥାନାରେ ଅଟକ ରଖି ମହିଳା ଓ ଯାତ୍ରୀଙ୍କୁ ଗାଇସିଲେଟ ଆଇ ଆଇ ସି ଶ୍ରୀ ଶଶୀଭୁଷଣ ମିଶ୍ର ଯଥୋଚିତ ବ୍ୟବହାର ଦେଇଥିଲେ l ଶ୍ରୀ ଶେଷ ମେହେରଙ୍କୁ ଅଟକ ରଖି ପଚାରୀ ବରଗଡ଼ ସୁଜାତା ଛତରଙ୍କ ଆଦେଶ ବୋଲି ଜଣାଗଲା l ମହିଳା ଓ ତାଙ୍କ ଛୁଆ ମାନଙ୍କୁ ଖାଇବାର ଶ୍ରୀ ମିଶ୍ର ଯୋଗାଇ ଥିଲେ l ଏଥିରେ ଗାଇସିଲେଟ ବି ଡି ଓ ଶ୍ରୀ ଭୀଷ୍ମ ମାଝୀ ଓ ସରପଞ୍ଚ ଶ୍ରୀ ଶରତ କାଲୋ ଓ ଶ୍ରୀ ସରୋଜ ସାହୁ ସହିତ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରଣୟ କୁମାର ସାହୁ ମଧ୍ୟ ପୁର୍ଣ ମାତ୍ରାରେ ସହଯୋଗ କରିଛନ୍ତି l ଏବେ ଏହି ମହିଳାଙ୍କୁ ଦେଢ଼ ଲକ୍ଷର ଲୋଭର ମୁଲ କିଏ ? ପ୍ରଶ୍ନବାଚୀରେ ପୋଲିସ ସନ୍ଦେହ ସୂଚନାର ପର୍ଦାଫାଶ ନିଶ୍ଚୟ କରିବ ବୋଲି କର୍ତ୍ତବ୍ୟ ପଥରେ ଚାଲିଛି l ଗାଇସିଲେଟରୁ ଫକୀର ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *