କଟକ ରିଟେଲ ଡିଲର୍ସ ଆସୋସିଏସନ୍ ପକ୍ଷରୁ ସାଂସଦ ଦେବାଶିଷ ସାମନ୍ତରାୟ ଙ୍କୁ ସମ୍ବର୍ଦ୍ଧନା

କଟକ ତା ୧୦.୦୬.୨୬ ରିଖ
ଆଜି କଟକ ରିଟେଲ ଡିଲର୍ସ ଆସୋସିଏସନ୍ ପକ୍ଷରୁ ରାଜ୍ୟ ସଭା ସାଂସଦ ଭାବେ ପୁନଃ ନିର୍ବାଚିତ ହୋଇଥିବା ଶ୍ରୀ ଦେବାଶିଷ ସାମନ୍ତରାୟ ଙ୍କୁ ତାଙ୍କ ରାଜାବଗିଚା ସ୍ଥିତ ବାସଭବନରେ ରେ ଆସୋସିଏସନ୍ ର କାର୍ଯ୍ୟକାରୀ ସଭାପତି ସୈୟଦ୍ ଏକ୍ରାମ ହୁସେନ ଙ୍କ ନେତୃତ୍ବ ଶତାଧିକ ଖୁଚୁରା ବିକ୍ରେତା ମାନେ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଆସୋସିଏସନ୍ ପକ୍ଷରୁ ଖୁଚୁରା ବିକ୍ରେତା ମାନଙ୍କ ବିଭିନ୍ନ ସମସ୍ୟା ଯେପରି କି ଗତ କୋରୋନା ମହାମାରୀ ସମୟରେ ବଣ୍ଟନ ବାବଦ ବକେୟା ପାରିଶ୍ରମିକ ପ୍ରଦାନ, ଖୁଚୁରା ବିକ୍ରେତା ମାନଙ୍କ ବଣ୍ଟନ ବାବଦ ପାରିଶ୍ରମିକ ବୃଦ୍ଧି, ବଣ୍ଟନ ସମୟରେ ହେଉଥିବା କ୍ଷତି ଭରଣା, ମୃତ୍ୟୁବରଣ କରୁଥିବା ଖୁଚୁରା ବିକ୍ରେତା ମାନଙ୍କ ସ୍ଥାନ ରେ ତାଙ୍କ ପରିବାର ର ଜଣଙ୍କୁ ଖୁଚୁରା ବିକ୍ରେତା ଭାବେ ନିଯୁକ୍ତ କରିବା, ଏବଂ ଖୁଚୁରା ବିକ୍ରେତା ରୁ ଇସ୍ତଫା ଦେଉଥିବା ଖୁଚୁରା ବିକ୍ରେତା ମାନଙ୍କୁ ସେମାନଙ୍କ ଜମା ରାଶି ସହ ଇ-ପି ଓ ଏସ ମ୍ୟାସିନ୍ ବାବଦକୁ ସୁରକ୍ଷା ଜମା ତୁରନ୍ତ ଫେରସ୍ତ କରିବା ବିଷୟ ରେ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସମସ୍ତ ବିଷୟ ଶୁଣିବା ପରେ ଖୁବଶୀଘ୍ର ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ଏପରି କି ଆବଶ୍ୟକ ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇ ସମାଧାନ କରିବା ପାଇଁ ଉପସ୍ଥିତ ଆସୋସିଏସନ୍ ର କର୍ମକର୍ତ୍ତା ୱାର୍ଡ ପ୍ରତିନିଧି ଓ ଶତାଧିକ ଖୁଚୁରା ବିକ୍ରେତା ମାନଙ୍କୁ ପ୍ରତିଶୃତି ଦେଇଥିଲେ। ଏହି ସମ୍ବର୍ଦ୍ଧନା ସମୟରେ ଆସୋସିଏସନ୍ ର ଉପସଭାପତି ଶ୍ରୀ ପୀତବାସ ଜେଠୀ,ସହ ସମ୍ପାଦକ ବିଜୟ କୁମାର୍ ସାହୁ, ଚନ୍ଦ୍ରମଣି ମହାରଣା, ପ୍ରେମ କୁମାର ସେନ,ବିନୟ ବୈଶାଖ, ୱାର୍ଡ ପ୍ରତିନିଧି ସର୍ବଶ୍ରୀ ଶିବ ସେଠି ନଗେନ କୁମାର ସାହୁ ଶମ୍ଭୁନାଥ ଦେ ପ୍ରଶାନ୍ତ ମୁଦୁଲି ବଳରାମ ସାହୁ ଶାରଦା ପ୍ରସନ୍ନ ମହାନ୍ତି ରାକେଶ ସ୍ୱାଇଁ, ବିମଳ ସାହୁ,ପ୍ରଦୀପ ସିଂ,ଉତ୍ତମ ଦେ,ଫିରୋଜ ଖାନ୍, ପ୍ରଦୀପ ବେହେରା,ଗଗନ ମହାନ୍ତି, ଉମାକାନ୍ତ ସାହୁ, ଗୈାର ଗୋପାଳ ପଟ୍ଟନାୟକ, ,ସଞୀତ ସିଂ, ପ୍ରଦୀପ ପ୍ରସାଦ,ବିଜନ ସାହୁ ଙ୍କ ସମେତ ବିଭିନ୍ନ ୱାର୍ଡ ର ଶତାଧିକ ଖୁଚୁରା ବିକ୍ରେତା ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *