“ଦୁଇ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ”

ବାରିପଦା-ଉଦଳା ତା୨୨/୧୧/୨୫ – ଉଦଳା ଥାନା ନଂ – ୧୬୬ ତା. ୨୯.୦୪.୨୫ ରିଖ ତଥା ଉଦଳା କୋର୍ଟର ସେସନ ଟ୍ର।।ଏଲ ମୋକଦ୍ଦମା ନଂ – ୨୨୫/୨୫ ର ଶୁଣାଣୀ କରି ଏଡିଜେ କୋର୍ଟର ବିଚାରପତି ମାନ୍ୟବର ପ୍ରଦୀପ କୁମାର ବେହେରା ଶୁଣାଣି କରି ଅଭିଯୁକ୍ତମାନଙ୍କୁ ଦଫା ୩୩୩/୭୦(୧) ବିଏନଏସ ରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜୋରିମାନା ଦେବା ପାଇଁ ଆଦେଶ କରିଛନ୍ତି । ଜୋରିମାନା ଅନାଦେୟ ବାବଦକୁ ଦୁଇ ଜଣଙ୍କୁ ଆଉ ୧ ବର୍ଷ ଅଧିକ ସଶ୍ରମ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ଗତ ତା. ୨୦.୦୪.୨୫ ରିଖ ଦିନ ପୀଡିତାଙ୍କ ମାଆ ତାଙ୍କର ଶାଶୁଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାକୁ ନେଇଥିଲେ । ଘରେ ତାଙ୍କ ଝିଅ ଏବଂ ସାନଯାଆ ଲକ୍ଷ୍ମୀ ମାରାଣ୍ଡି ଘରେ ରହିଥିଲେ । ସେଠାରେ ଗୁରୁତର ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିଲା । ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ରହିବା ପରେ ୨୫-୦୪-୨୦୨୫ ରିଖ ଘରକୁ ଫେରିବା ପରେ ପୀଡିତା ଯୁବତୀଙ୍କ ପାଖରୁ ସମସ୍ତ ଘଟଣା ଜାଣିବାକୁ ପାଇଥିଲେ । ପୀଡିତାଙ୍କ କହିବାନୁସାରେ ୨୩-୦୪-୨୫ ସନ୍ଧ୍ୟା ୮ ଟା ସମୟରେ ପୀଡିତା ଏବଂ ତାଙ୍କ ଖୁଡୀ ଘରେ ଥିବା ବେଳେ ଅଭିଯୁକ୍ତ ବୃନ୍ଦାଗଡି ଗ୍ରାମର ସାଗର ହାଁସଦା ଏବଂ ସୁରେନ୍ଦ୍ର ସୋରେନ୍ ତାଙ୍କ ଘରେ ପଶି ଖୁଡୀକୁ ନିଶା ଖୁଆଇ ପୀଡିତା ଯୁବତୀଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଏହି ଘଟଣା ଜାଣିବାପରେ ପୀଡିତାଙ୍କ ମାଆ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଯାହାର ଶୁଣାଣୀ କରି ଆଜି ଦୁଇ ଅଭିଯୁକ୍ତଙ୍କୁ କାରା ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଏଥିରେ ସରକାରଙ୍କ ତରଫରୁ କ୍ୟାଡର ଆଡିସନାଲ ପିପି ଲିିଲେଶ କୁମାର ଜେନା କେଶ ପରିଚାଳନା କରିଥିଲେ । ଏବଂ ଡେପୁଟି ଡାଇରେକ୍ଟର ବାରିପଦା ବିଦୂଭୂଷଣ ମହାନ୍ତିଙ୍କ ମାର୍ଗଦର୍ଶନ ଦେଇଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି

Leave a Reply

Your email address will not be published. Required fields are marked *