
ବାରିପଦା :ତା୧୩\୦୬\୨୫
ଜିଲ୍ଲା ପ୍ରଶାସନର ସୁପାରିଶ କ୍ରମେ ସି ଇ ଓ, ଓଡିଶା, ନୂଆଦିଲ୍ଲୀର ଆଇ ଆଇ ଆଇ ଡି ଇ ଏମ ଠାରେ ତାଲିମ ନିମନ୍ତେ ଓଡିଶା ର ବିଭିନ୍ନ ୫୦ ଟି ନିର୍ବାଚନ ମଣ୍ଡଳୀରୁ ୫୦ ଜଣ ବୁଥ ସ୍ତରୀୟ ଅଧିକାରୀ/ ବୁଥ ସ୍ତରୀୟ ସୁପରଭାଇଜରଙ୍କୁ ପ୍ରଥମ ବ୍ୟାଚରେ ମନୋନୀତ କରିଛନ୍ତି। ଏହି କ୍ରମରେ ମୟୁରଭଞ୍ଜ ଜିଲ୍ଲା ରୁ ସମୁଦାୟ ୯ ଜଣ ଅଧିକାରୀ ଉକ୍ତ ତାଲିମ ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବୁଥ ସୁପର ଭାଇଜର ଶ୍ରୀ ବୀରେନ୍ଦ୍ର କୁମାର ବାରିକ (ଯଶିପୁର ଏସି), ରସାନନ୍ଦ ବେହେରା (ସlରସକଣା ଏସି), ଶ୍ରୀ ନିରଞ୍ଜନ ଗୋପ (ରାଇରଙ୍ଗପୁର ଏସି), ବିଶ୍ୱଜିତ ମହାନ୍ତି(ବାଙ୍ଗରିପୋଷୀ ଏସି), ରଜତ କୁମାର ମହାପାତ୍ର (ଉଦଳା ଏସି), ସନ୍ତୋଷ କୁମାର ବେହେରା (ବଡ଼ସାହି ଏସି), ସିଦ୍ଧେଶ୍ୱର ମିଶ୍ର (ବାରିପଦା ଏସି), ପ୍ରସନ୍ନ କୁମାର ମହାନ୍ତ (ମୋରଡା ଏସି) ଓ ବୁଥ ସ୍ତରୀୟ ଅଧିକାରୀ ମହମ୍ମଦ ଇମାଦ ହସେନ (କରଞ୍ଜିଆ ଏସି )। ପ୍ରଥମ ବ୍ୟାଚ ତାଲିମ ପାଇଁ ମନୋନୀତ ହୋଇଥିବା ଜିଲ୍ଲାର ଏହି ୯ଷ ଜଣ ଅଧିକାରୀମାନେ ୨ ଦିନିଆ ତାଲିମ କାର୍ଯ୍ୟକ୍ରମ ରେ ଯୋଗ ଦେବା ନିମନ୍ତେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି।
ଦୀନବନ୍ଧୁ ବାରିକ