
ଅନୁଗୁଳ ( ଦିଲୀପ କୁମାର ଚୋପଦାର ) : ଜିଲ୍ଲାର କୋଇଲା ନଗରୀ ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଠାରେ ସରକାରୀ ଟଙ୍କା (ଲୋକଙ୍କ ଧନ) ହରିଲୁଟ ର ଏକ ଅଭିନବ ଉପାୟ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଓଡ଼ିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସାଉଥ୍ ବଲଣ୍ଡା ଠାରୁ ତେଣ୍ଟୁଲୋଇ ମଧ୍ୟ ଦେଇ ମୁଖ୍ୟ ରାସ୍ତା କୁ ସଂଯୋଗୀକରଣ ରାସ୍ତା ନିର୍ମାଣ (ଟ୍ରିପ) କାର୍ଯ୍ୟ ରେ ଅନେକ ଅନିୟମିତତା , ପ୍ରୀୟାପ୍ରିତି ତୋଷଣ ନୀତି ହେବାର ଚର୍ଚ୍ଚା ଜୋର୍ ଧରିଛି। ସଡ଼କ ନିର୍ମାଣ କାର୍ଯ ଅତି ନିମ୍ନ ମାନ ର ହୋଇଥିବାର ଜଣାଯାଏ। କାର୍ଯ୍ୟା ଦେଶ ଅନୁସାରେ ୩ କିଲୋମିଟର ସଡ଼କ ନିର୍ମାଣ ରେ କୋଉଠି ପିଚୁ ଉଠିଗଲାଣି ତ ଆଉ କେଉଁଠି କଂକ୍ରିଟ ଉଫୁଡ଼ି ଗଲାଣି। ମେଟାଲ,ସିମେଣ୍ଟ ,ବାଲି ତଥା ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଆଦି ଗ୍ରେଡ ଅନୁସାରେ ବ୍ୟବହୃତ କି ନାହିଁ ? ବାଲି ସିମେଣ୍ଟ ର ମିଶ୍ରଣ ଠିକ୍ ଅଛି କି ନାହିଁ ? ମାନ ଠିକ ଅଛି କି ନାହିଁ ? ସଡ଼କ ନିର୍ମାଣ ପାଇଁ ମାଟି ଖୋଳେଇ ର ଗଭୀରତା , ତଥା କାହା ପରେ କୋଉ ସାମଗ୍ରୀ ପଡ଼ି ତାହାର ପରତ ସାଙ୍ଗକୁ ଗଭୀରତା କେତେ ଅଛି ? ଏସବୁ ତଦନ୍ତ ସାପେକ୍ଷ ଅଟେ । ଏଷ୍ଟିମେଟ ସହ ସଠିକ୍ ଚେକ ମେଜରମେଣ୍ଟ କୁ ଉଚ୍ଚ ସ୍ତରୀୟ ତଦନ୍ତ ପରେ ନିର୍ମାଣ କରିଥିବା ସଂସ୍ଥା / ଠିକାଦାର କୁ ବିଲ ପାସ କରି ପେମେଣ୍ଟ କରାଯିବା କଥା । ମିଳିଥିବା ସୂଚନା ଅନୁଯାୟୀ ଏହି କାର୍ଯ୍ୟ କୁ “ମେସର୍ସ ପ୍ରଧାନ କଂଷ୍ଟ୍ରକ୍ସନ୍ ” କୁ ମିଳିଛି ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଅଧିକ୍ଷଣ ଯନ୍ତ୍ରୀ ,ଗ୍ରାମ୍ୟ ନିର୍ମାଣ ବିଭାଜନ , ଅନୁଗୋଳ ଅଛନ୍ତି । ଅଟକଳ ପରିମାଣ ୨୬୪.୪୧ ଲକ୍ଷ ଅଟେ । ଏଥିରେ ୫ବର୍ଷର ରକ୍ଷଣା ବେକ୍ଷଣ ଅଟକଳ ୨୫.୦୬ ଲକ୍ଷ ଥିବା ବେଳେ ଓଡ଼ିଶା ସରକାର ଙ୍କ ଠାରୁ ବିତ୍ତିୟ ସାହାଯ୍ୟ ପ୍ରାପ୍ତ ପରିମାଣ ୨୫୦.୯୦ ଲକ୍ଷ । ତେବେ କଥା ଆସୁଛି ଯେ, ଏତେ ବଡ ସରକାରୀ ଟଙ୍କା କୁ ଦିନ ଦ୍ବିପହରରେ ଲୁଟି କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଏବଂ ଠିକାଦାର ନିଜ ପକେଟ ଗରମ କରୁ ନାହାନ୍ତି ତ ? ଠିକାଦାର ଏବଂ ଅଧିକ୍ଷଣ ଯନ୍ତ୍ରୀ ,ଗ୍ରାମ୍ୟ ନିର୍ମାଣ ବିଭାଜନ , ଅନୁଗୋଳ ର ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହା ସମ୍ଭବ କି ? ଉଲ୍ଲେଖ ଯୋଗ୍ୟ ଯେ, ” ମେସର୍ସ ପ୍ରଧାନ କଂଷ୍ଟ୍ରକ୍ସନ୍ ” ମାଛ ତେଲରେ ମାଛ ଭାଜି ହାତ ଚିକ୍କଣ କରିବା ରେ ସିଦ୍ଧହସ୍ତ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି କାରଣ ସଡ଼କ ନିର୍ମାଣ ସମୟ ରେ ଡ଼ାଇଭର୍ଶନ ସୂଚନା ନ ଦେବା ଫଳରେ ପଥଚାରୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି । କଂକ୍ରିଟ ସଡ଼କ ରେ ଠିକ୍ ଭାବେ ପାଣି ଦିଆଯାଇନାହିଁ ବୋଲି ଦେଖଣାହାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ସବୁଠୁ ବଡ଼ ଦୁର୍ନୀତି ଗନ୍ଧ ର ଖୁଲାସା ହେଲା ଯେ, ସଡ଼କ ଦୁଇ କଡ଼ରେ ପକାଯାଇଥିବା ମାଟି କୁ ନିକଟସ୍ଥ ଖଜୁରୀ ବଣ ତଥା ରାସ୍ତା କଡ ବୁଦା ମୂଳରୁ କାଢି ବିଛାଯାଇଥିବା, ଲୋକେ ଅଭିଯୋଗ କରୁଛନ୍ତି । ମାଟି ଚୋରି ସମ୍ପର୍କରେ ଆମ୍ଭେ “ଖଣି ଉପ ନିର୍ଦ୍ଦେଶକ ” ତାଳଚେର ,କାର୍ଯ୍ୟାଳୟ ଙ୍କୁ ଯୋଗାଯୋଗ କରିବାରେ ସୂଚନା ମିଳିଲା ଯେ, ଉକ୍ତ ସ୍ଥାନରୁ ମାଟି ନେବା ପାଇଁ କୌଣସି ଅନୁମତି ନିଆଯାଇନାହିଁ । ସବୁଠାରୁ ବଡ କଥା ଯେ, ମାଟି ନିଆଯାଇଥିବା ସ୍ଥାନରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ଏବଠୁ ପାଣି ଜମିଲାଣି । ବୁଦ୍ଧିଜୀବୀ ଙ୍କ କହିବା କଥା ଟି.ଏଫ୍.ଏଲ କମ୍ପାନୀର ପାଚେରୀ କଡ଼ରୁ ମାଟି ନିଆଯାଇଛି ଫଳରେ ଆଗକୁ ବର୍ଷା ଦିନରେ କୃତ୍ରିମ ପୋଖରୀ ସୃଷ୍ଟି ହେବ ଏବଂ ଟି.ଏଫ୍.ଏଲ କମ୍ପାନୀର ସୀମା ପାଚେରୀ ଧସିବା ଆଶଙ୍କା କୁ ଏଡ଼ାଇ ଦେଇ ହେବ ନାହିଁ । ପରୋକ୍ଷ ରେ ସରକାରୀ ସମ୍ପତ୍ତି ର ନଷ୍ଟ ହେବ ।ସବୁବେଳେ ବିପଦ ସଙ୍କୁଳ ଅବସ୍ଥା ସୃଷ୍ଟି ହେବ । ପଥଚାରୀ ଙ୍କ ଦୁର୍ଘଟଣା ହେଲେ ପାଣି, ଗର୍ତ୍ତ ରେ ପଡ଼ି ଧନ ଜୀବନ ନଷ୍ଟ ହେବାର ଆଶଙ୍କା ରହିଛି । ସାମନା ରେ ତେଣ୍ଟୁଲୋଇ ଗ୍ରାମ ପଞ୍ଚାୟତ ଅଧିନରେ ,ତାଳଚେର ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଦିଅଝରଣ ତଥା ଦୁଇ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର, ହୀରାପୁର ୪ ଏବଂ ହୀରାପୁର ୫ ସହିତ ମଧ୍ୟାହ୍ନ ଭୋଜନ ଘର ଅଛି ଫଳରେ କୋମଳ ମତି ଛାତ୍ର/ଛାତ୍ରୀ ଙ୍କ ଜୀବନ ପ୍ରତି ବିପଦ ଅଛି । ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ପିଲା ମାନେ ଠିକାଦାର ଙ୍କ ଦ୍ଵାରା ସୃଷ୍ଟି ଗର୍ତ୍ତ ରେ ପଡ଼ିବା ଆଶଙ୍କା ସୃଷ୍ଟି ହୋଇ ବଡ ଦୁର୍ଘଟଣା କୁ ଆମନ୍ତ୍ରଣ କରୁଛି ତେଣୁ ଏହାର ଶିଘ୍ରାତିଶିଘ୍ର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ କରି କୃତ୍ରିମ ପୋଖରୀ ଗର୍ତ୍ତ କୁ ବନ୍ଦ କରିବା କଥା । ଗର୍ତ୍ତ ଚାରି ପାଖରେ ଅନେକ ଖଜୁରୀ ଗଛ ଥାଇ ଏବଂ ଖଜୁରୀ କୋଳି ଫଳି ଲୋଭନୀୟ ଦେଖାଯାଉ ଥିବାରୁ କୋମଳମତି ଛୋଟ ପିଲା, ଛାତ୍ର/ଛାତ୍ରୀ ଖଜୁରୀ ଗୋଟେଈ ଯାଇ ବଡ ଦୁର୍ଘଟଣା ର ସମ୍ମୁଖୀନ ହେବା ସୁନିଶ୍ଚିତ । ଏହି ସବୁ ଅନିୟମିତତା କୁ ଭିତ୍ତି କରି ଆଗାମୀ ଦିନରେ ସଚେତନ ନାଗରିକ,ବୁଦ୍ଧିଜୀବୀ ପ୍ରଶାସନ ତଥା ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଣ୍ଟା ଭିଡ଼ିଲେଣି ଏବଂ ଦରକାର ପଡ଼ିଲେ ସୂଚନା ଅଧିକାର ଆଇନ ଦ୍ୱାରା ଏଷ୍ଟିମେଟ୍ କପି , ଚେକ୍ ମେଜରର୍ମେଣ୍ଟ କପି ର ନକଲ ମାଗି ସଡ଼କ ରେ ବ୍ୟବହୃତ ସାମଗ୍ରୀ ର ଲାବୋରୋଟରି ଟେଷ୍ଟ ସହିତ ରାସ୍ତା ଖୋଳି ତଦନ୍ତ କରି ଜନସ୍ବାର୍ଥ ମାମଲା ଦାୟର କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।