ଜାତି ସମ୍ପ୍ରଦାୟ କୁ ଭୋଟ ନ ଦେବାରୁ ପରିବାରକୁ ବାସନ୍ଦ….. ବୌଦ୍ଧ ରାଜନୀତିରେ ଚର୍ଚ୍ଚାର ବିଷୟ…

ହରଭଙ୍ଗା :08/06. (ବ୍ୟୁରୋ ରିପୋର୍ଟ):ବିଜୟ ପରାଜୟ ପରେ ରାଜନୈତିକ ହିଂସା l ଜାତି ସମ୍ପ୍ରଦାୟ କୁ ଭୋଟ ଦେଇନଥିବାରୁ ଜାତି ଓ ଗାଁ ରେ ନିଆଁ ପାଣି ବାସନ୍ଦ କରାଯାଇଥିବା ଖବର ଏବେ ସାମ୍ନାକୁ ଆସିଛି l ଯାହାକି ଖବର ଟି ବୌଦ୍ଧ ଜିଲ୍ଲା ରାଜନୀତି ରେ ଏକ ଶୀର୍ଷକ ପାଲଟିଛି l ଖବର ମତେ 2024ସାଧାରଣ ନିର୍ବାଚନ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ 23ବର୍ଷର ବିଧାୟକ ସହିତ ବିଗତ ଦିନର ବିଜୁଜନତା ଦଳର ବାଚସ୍ପତି ଓ ଅର୍ଥ ମନ୍ତ୍ରୀ ଏବଂ ବିଭିନ୍ନ ବଡ଼ ବଡ଼ ପଦବୀର ମନ୍ତ୍ରୀ ପ୍ରଦୀପ ଅମାତ ଙ୍କୁ ଯୁବ ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ପରାଜିତ କରି ବିଜୟ ର ମୁକୁଟ ପିନ୍ଧିଛନ୍ତି l ଉକ୍ତ ପରାଜୟ କୁ ବିଜେଡି ର କିଛି କର୍ମୀ ଓ ସ୍ଥାନୀୟ ସରପଞ୍ଚ ସହଜରେ ଗ୍ରହଣ କରିନ ପାରି ରାଜନୈତିକ ହିଂସା ଘଟାଇ ଥିବା ଆଲୋଚନା ହେଉଛି l ନିର୍ବାଚନ ମଣ୍ଡଳୀର କରଞ୍ଜକଟା ପଞ୍ଚାୟତ ତୁକୁଲୁଣ୍ଡା ଗ୍ରାମରେ ଦେଖାଯାଉଛି ଏହି ରାଜନୈତିକ ହିଂସା l ଗ୍ରାମର ଏକ ପରିବାର ଜାତି ସମ୍ପ୍ରଦାୟ ର ନେତା ଙ୍କୁ ଭୋଟ ଦେଇନ ଥିବାରୁ ନେତା ପରାସ୍ତ ହେବା ପରେ ଗାଁ ରେ ନିଆଁ ପାଣି ବାସନ୍ଦ କରିଥିବା ଅଭିଯୋଗ ହୋଇଥିବା ସହିତ ଅଂଚଳ ରେ ଆଲୋଚନା ସମାଲୋଚନା ଜୋର ଧରିଛି l କିନ୍ତୁ ସରକାର ଙ୍କ ସାମ୍ବିଧାନିକ ନିୟମ ଅନୁଯାଇ ଜଣେ ଭୋଟର ନିଜର ବହୁମୂଲ୍ୟ ଭୋଟ ଟିକୁ ସ୍ୱଚ୍ଛ ଓ ଅବାଧ ଭାବେ ମତଦାନ କରିବା ପାଇଁ ନିୟମ ଥିବାବେଳେ ମତ ଦାନ କୁ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳୀୟ ଚାପ ପକାଇ ନିର୍ଦ୍ଧିଷ୍ଟ ଭୋଟ ଦେବାକୁ ବାଧ୍ୟ କରି ଗାଁ ରେ ବାସନ୍ଦ କରିଥିବା କେତେଦୂର ଯୁକ୍ତି ଯୁକ୍ତ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l ଉକ୍ତ ବାସନ୍ଦ ଘଟଣା ହାଟରେ ପଡି ଦାଣ୍ଡରେ ଗଡୁ ଥିବା ବେଳେ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣା ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ଉଠୁଛି l

Leave a Reply

Your email address will not be published. Required fields are marked *