କଂସର ଗ୍ରାମରେ ତ୍ରିଦିବସୀୟ ହରି କଥା ର ଆଯୋଜନ

ପଦ୍ମପୁର : (ରିପୋର୍ଟ- ବଂଶୀଧର ନାୟକ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ କଂସର ଗ୍ରାମାରେ ତିନିଦିନ ଧରି ଦିବ୍ୟ ଜୌତି  ଜାଗ୍ରତି ସଂସ୍ଥାନ ସମ୍ବଲପୁର ଶାଖା ଆନୁକୁଳ୍ୟ ରେ ହରି କଥା ଅନୁଷ୍ଠିତ ହୋଇଥିଲା l ଗୁରୁଦେବ ଆଶୁତୋଷ ମହାରାଜ ଙ୍କ ଶିଷ୍ୟା ସାଧବୀ ଭଉଣୀ ମାନେ ଏବଂ ପଦ୍ମପୁର ର ଶ୍ରୀ ଲୁଲୁ ପଣ୍ଡା, ଶ୍ରୀ ଟୁଲୁ ପଣ୍ଡାଏବଂ ଆଖ ପାଖ ଅଞ୍ଚଳ ରୁ ଦୀକ୍ଷିତ ଶିଷ୍ୟ/ଶିଷ୍ୟା ମାନେ ଆସି ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଉଲ୍ଲେଖନିୟ ଦାଇତ୍ୱ ଗ୍ରହଣ  କରିଥିଲେ l ଏହି କଲିକାଳ ରେ ମଣିଷ ସମାଜ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହୋଇ ମାୟା, ମୋହ, କ୍ରୋଧ, ଲୋଭ ର ବଡ଼ବର୍ତୀ ହୋଇ ପଥ ଭ୍ରଷ୍ଟ ହେବାରେ ଲାଗିଛି ଏବଂ ମଣିଷ ଜନ୍ମ ର ଉଦେଶ୍ୟ କୁ ବୁଝି ନପାରି ପାପ ଦିଗ କୁ ଅଗ୍ରସର ହେବାକୁ ଲାଗିଛି l ମଣିଷ ସମାଜ କୁ ସତ ମାର୍ଗ କୁ ଆଣିବା ପାଇଁ ତଥା ନିଜ ଜୀବନ ରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରି ପ୍ରକୃତରେ ସୁଖ ଶାନ୍ତି କୁ ଉପଲବ୍ଧ କରି ସଫଳତା ପାଇବା ପାଇଁ ଓ ମଣିଷ ଜୀବନ ର ପ୍ରକୃତ ଉଦେଶ୍ୟ  ଅର୍ଥ ଜାଣିବା, ବୁଝିବା ଓ ଲୋକଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରେଇବା ଉଦେଶ୍ୟ ରେ କଂସର ପଞ୍ଚାୟତ ର ସରପଞ୍ଚ ଶ୍ରୀ ଆନନ୍ଦ କୁମାର ବେହେରା ଓ କଂସର ଗ୍ରାମ ର ଶ୍ରୀ ଦୁର୍ଯୋଧନ ମେହେର, ଶ୍ରୀ ହିରାଧନ ମେହେର, ଶ୍ରୀ କୈଳାଶ ଚନ୍ଦ୍ର ବେହେରା, ଲିଙ୍ଗରାଜ ମେହେର, ଦୁଃଖୁ ମେହେର, ମଧୁ ମେହେର, ମୀନକେତନ ମେହେର, ଇନ୍ଦ୍ରଜିତ କୁମ୍ଭାର ପ୍ରମୁଖ ଏହି ହରିକଥା ର ଆଯୋଜନ କରିଥିଲେ l  ଶେଷ ଦିନରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା l ଶ୍ରୀ ବେହେରା ଆହୁରି କହିଛନ୍ତି ଯେ କଂସର ପଞ୍ଚାୟତ ର ପ୍ରତେକ ଗାଁ ଓ ଆଖ ପାଖ ପଞ୍ଚାୟତ ରେ ହରିକଥା ଅମୃତ ବାଣୀ ପ୍ରବଚନ କରାଇବେ ଏବଂ ଏହାରି ମାଧ୍ୟମରେ ଲୋକଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି  ହେବ l

Leave a Reply

Your email address will not be published. Required fields are marked *