ରୁଣ୍ଡି ଗ୍ରାମର ନାବାଳିକା ଦାଦନ ଶ୍ରମିକ ପୂଜା ଲୁହାର ଙ୍କୁ କର୍ଣ୍ଣାଟକ କୁଲବର୍ଗା ସିଟି ରେଳ ଷ୍ଟେସନ ରୁ ଉଦ୍ଧାର

( ନୂଆପଡ଼ା ବୋଡେ଼ନ ବ୍ଲକ ରୁ ରିଖିରାମ ଦଳ ଙ୍କ ରିପୋର୍ଟ ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରୁଣ୍ଡି ଗ୍ରାମର ନାବାଳିକା ଦାଦନ ଶ୍ରମିକ ପୂଜା ଲୁହାର (୧୩) ନିକଟରେ କାର୍ଯ୍ୟ ପାଇଁ କର୍ଣ୍ଣାଟକ ରାଜ୍ୟ କୁ ଯାଇଥିବା ବେଳେ କର୍ଣ୍ଣାଟକ କୁଲବର୍ଗା ସିଟି ରେଳ ଷ୍ଟେସନ ରେ ତାଙ୍କ ସମ୍ପର୍କୀୟ ଠାରୁ ଅଲଗା ହୋଇ ନିଖୋଜ ହୋଇ ଯାଇଥିଲେ। ପରେ ତାଙ୍କୁ ରେଲୁଏ ପୋଲିସ ଷ୍ଟେସନ ରୁ ଉଦ୍ଧାର କରିଥିବା ବେଳେ ରାଘବେନ୍ଦ୍ର ନଗର ପୋଲିସ କୁଲବର୍ଗା ଜିଲ୍ଲା ଶିଶୁ ମଙ୍ଗଳ ସମିତି କୁ ଯୋଗାଯୋଗ କରି ତାଙ୍କ ଗ୍ରାମ କୁ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରିଥିଲେ । ନୂଆପଡ଼ା ଜିଲ୍ଲା ଶିଶୁ ମଙ୍ଗଳ ସମିତି କୁ ଯୋଗାଯୋଗ କରି, ତିନି ଜଣ ଅଧିକାରୀ ଆସି ନାବାଳିକା ପୂଜା ଲୁହାର ଙ୍କୁ ହସ୍ତାନ୍ତର କରିଛନ୍ତି। ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡ଼.ଫଣ୍ଡିନ୍ଦମ୍ ଦେଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବଳିହାର ସିଂ, ସଦସ୍ୟ ନାରାୟଣ ଯୋଷୀ, ବବିତା ମିଶ୍ର ଉପସ୍ଥିତି ରେ ନାବାଳିକାଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଙ୍କୁ ହସ୍ତାନ୍ତର କରିଛନ୍ତି। ରାଜ୍ୟ ବାହାରେ ନିଖୋଜ ହୋଇଥିବା ନାବାଳିକା ନିଜ ରାଜ୍ୟ କୁ ଆସି ନିଜ ପରିବାରକୁ ଫେରି ପାଇଥିବା ରୁ ଖୁସି ବ୍ୟକ୍ତ ସହ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *