ଶେଷରେ ଜିଲ୍ଲା ଭିତ୍ତିଭୂମି (DMF) ପାଣ୍ଠିରୁ ହଡପ ହୋଇଥିବା ୯,୫୬,୭୬,୬୦୦ ଟଙ୍କା ଜିଲ୍ଲା ପ୍ରଶାସନ ଏକାଉଣ୍ଟକୁ ଫେରିଲା

ବାରିପଦା (ଦୀନବନ୍ଧୁ ବାରିକ): ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ବାରା ଆହୁତ ଏକ ଗଣମାଧ୍ୟମ ସାକ୍ଷାତକାର ରୁ ପ୍ରକାଶ ଯେ ଗତ ତା୧୮\୦୪\୨୦୨୪ ରେ ବ୍ୟାଙ୍କ୍ ଅଫ ଇଣ୍ଡିଆ ବାରିପଦା ଶାଖା ରୁ ମୟୂରଭଞ୍ଜ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ନକଟକୁ ଆସିଥିବା ପତ୍ର ସଂଖ୍ୟା ୧୬\୨୪-୨୫ ରୁ ଜଣାପଡିଥିଲା ଯେ ୯,୫୬,୭୬,୬୦୦ର ଏକ ବଡ ଧନରାଶି ହଡପ ହୋଇଅଛି ।ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ଓ ଉନ୍ନୟନ ଅଧିକାରୀ ଙ୍କ ବଳିଷ୍ଠ
ପଦକ୍ଷେପ ଫଳରେ ଉକ୍ତ ହଡପ ହୋଇ ଥିବା ବିଶାଳ ଧନରାଶି ଜିଲ୍ଲାପ୍ରଶାସନର ଏକାଉଣ୍ଟ କୁ ଫେରି ଆସିଥିବା ସହିତ ହଡପରେ ସଂପୃକ୍ତ ଥିବା ଦୁବୃର୍ତ୍ତ ମାନଙ୍କୁ ମଧ୍ୟ ପ୍ରଦେଶ ରୁ ଗିରଫ କରାଜାଇ ପାରିଛି ।

Leave a Reply

Your email address will not be published. Required fields are marked *