
ତୁରେକେଲା (ମିନିକେତନ ନିଆଲ): ରାଜ୍ୟସରକାର କୃଷକ ମାନଙ୍କ ପାଇଁ ବିଭିନ୍ନ ଯୋଜନା ସହ ଚାଷ ଓ ଚାଷୀଙ୍କୁ ସ୍ୱାବଲମ୍ବି କରିବା ପାଇଁ ଅନେକ ଗୁଡିଏ ଯୋଜନା ହାତକୁ ନେଇଛନ୍ତି କୁନ୍ତୁ ପ୍ରକୃତରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ କିମ୍ବା ତାଙ୍କ ଖାମଖିୟାଳି ମନୋଭାବ ପାଇଁ ହଇରାଣ ହେଉଛନ୍ତି ଚାଷୀ l ତୁରେକେଲା ବ୍ଲକରେ ଜଳସେଚନ ବ୍ୟବସ୍ଥା ନ ଥିବା ହେତୁ ଚାଷୀ ମାନେ ଅନେକ ସମୟରେ ଅଦିନିଆ ବର୍ଷା ପାଇଁ କ୍ଷତି ସହୁଛନ୍ତି ଓ ବେଳେ ବେଳେ ଆତ୍ମହତ୍ୟା ର ପନ୍ଥା ମଧ୍ୟ ଶ୍ରେୟ ବୋଲି ଭାବୁଛନ୍ତି l
ତୁରେକେଲା ବ୍ଲକ ର ଅନେକ ଗୁଡିଏ ଚାଷୀ ବିଜୁ କୃଷକ ବିକାଶ ଯୋଜନାରେ ସୋଲାର ବୋର କରିଛନ୍ତି l
ଆର୍ଥିକ ବର୍ଷ ୨୦,୦୦୦/୨୨/୨୩ରେ ଟଙ୍କା ଜମା କରି ଏହି ଯୋଜନା ରେ ହଇରାଣ ହେଉଥିବା ଅଭିଯୋଗ ହୋଇଛି l
ବର୍ଷ ବର୍ଷ ବିତିଗଲେ ମଧ୍ୟ କେବଳ ବୋର ଖୋଳା ଯାଇ ତାର ସମର୍ଣ୍ଣ କାର୍ଯ୍ୟ ହୋଇ ନ ଥିବା ହେତୁ ଚାଷୀକୁଳ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି l
ତେବେ ତୁରେକେଲା, ଘୁନେସ, ବଡବାଙ୍କି, କନ୍ଦେଇ ମହଖଣ୍ଡ, ଭିଭିନ୍ନ ପଞ୍ଚାୟତ ରେ କେବଳ ବୋର ଖୋଲି ଛାଡି ଦିଆଯାଇଛି lସୋଲାର ବସିବାରେ ନା ନାହିଁ,, ତେବେ ସେମାନେ ବାରମ୍ବାର ଦାବୀ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ lସୌର ଚଳିତ ପମ୍ପ କାର୍ଯ୍ୟକାରୀ ସଂସ୍ଥା ବଲାଙ୍ଗୀର ଙ୍କ ଯୋଗାଯୋଗ ହୋଇପାରିନାହିଁ l
ତେବେ ଏନେଇ ଠିକା ସଂସ୍ଥା ଅଜୟ ଇନ୍ଫରା ଏଣ୍ଡ କନଷ୍ତ୍ରାସନ ପ୍ରାଇଭେଟ ଲିମିଟେଡ଼ ର କାର୍ଯ୍ୟକର୍ତା ଭୁବନେଶ୍ୱର ଙ୍କୁ ଯୋଗାଯୋଗ କଲାପରେ ସେ ଖୁବ ଶୀଘ୍ର ସୋଲାର ବସାଇବାର କାର୍ଯ୍ୟ ହୋଇଯିବ ଓ କିଛି ପଞ୍ଚାୟତ ରେ କାର୍ଯ୍ୟ ଆରମ୍ଭ ହୋଇଥିବା ମଧ୍ୟ ସୂଚନା ଦେଇ ଛନ୍ତି l ତେବେ ତୁରେକେଲା ବ୍ଲକ ଦାୟିତ୍ୱ ରେ ଥିବା କୃଷି ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ l
ତେବେ ଶୀଘ୍ର ଏହି ଯୋଜନା ରେ ଅନ୍ତର୍ଭୁକ୍ତ ଚାଷୀ ମାନ ଙ୍କୁ ସୋଲାର ଚାଳିତ ପମ୍ପ କାର୍ଯ୍ୟ ଶୀଘ୍ର ସମଧାନ କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି l