ଶୁକ୍ରବାରଠୁ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

ଭୁବନେଶ୍ୱର,୨୦/୦୪/୨୦୨୩: ଆସନ୍ତାକାଲି ଅର୍ଥାତ୍‌ ୨୧ ତାରିଖଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହୋଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏହା ପୂର୍ବରୁ ଦୁଇ ଦିନ ଛୁଟି ଘୋଷଣା କରାଯାଇଥିଲା। ଯାହା ପରେ ଶୁକ୍ରବାରଠୁ ଖୋଲିଥାନ୍ତା। ହେଲେ ବଢୁଥିବା ଖରାକୁ ନେଇ ସରକାର ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି । ତେବେ ସ୍କୁଲ କେବେ ଖୋଲିବ ସେନେଇ କିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇ ନାହିଁ।

ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ଣ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା 40 ଡିଗ୍ରୀକୁ ପାର୍‌ କରିଛି । ତେଣୁ ପୂର୍ବରୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛି ।


 

Leave a Reply

Your email address will not be published. Required fields are marked *