ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଜୟପାଟଣା (ଶେଷ ଦେବ ବେହେରା):
ଜୟପାଟଣା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଟିକେ ଚନ୍ଦ୍ର ମାଝୀ ଙ୍କୁ ଏକ ଭବ୍ୟ ଆୟୋଜନ ମଧ୍ୟରେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି|ଶ୍ରୀଯୁକ୍ତ ମାଝୀ ୪୨ବର୍ଷ ର ଶିକ୍ଷକତା ସାଙ୍ଗରେ ଏକ ଅଧିକାରୀ ଭାବରେ ମଧ୍ୟ ନିଜର କର୍ମ ନିଷ୍ଠା ଓ ସମୟାନୁ ବର୍ତିତ| ର ପରିଚୟ ଦେଇ ଶିକ୍ଷାକୁ ସର୍ବୋପରି ଭାବି ନିଜକୁ ସମ୍ପୂର୍ଣ୍ଣ ସମର୍ପିତ ରଖି ପାରିଥିଲେ|ତାଙ୍କର ଶିକ୍ଷକତା ଜୀବନ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ବିଭିନ୍ନ ଗତିଶୀଳ ଶିକ୍ଷାନୁଷ୍ଠାନ ମାନଙ୍କରେ ନିଜକୁ ଜଣେ ଆଦର୍ଶ ଶିକ୍ଷକ ଭାବରେ ପରିଚୟ ରଖି ପାରିଥିଲେ|ଜୟପାଟଣା ବି ଇ ଓ କାର୍ଯ୍ୟାଳୟ ରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହ ସଭାରେ ବି ଇ ଓ ପ୍ରେମ ନାରାୟଣ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆରମ୍ଭ ହୋଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଶେଷ ଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ|ଏ ବି ଇ ଓ ସୁରେନ୍ଦ୍ର ମୋହନ ଯୋଶୀ, ପ୍ରଭାତ ଖମାରୀ, ବିଦାୟୀ ଅଧିକାରୀ ଟିକେ ଚନ୍ଦ୍ର ମାଝୀ, ବଡ଼ ବାବୁ ଶୋଭା ରାମ ଜାଲ, ସଂଗଠନ ମନ୍ତ୍ରୀ ଲଳିତ କୁମାର ନାଏକ ପ୍ରମୁଖ ମଞ୍ଚାଷିନ ଥିଲେ|ଶ୍ରୀଯୁକ୍ତ ମାଝୀ ଙ୍କ ସାଙ୍ଗରେ ଅବସର ଗ୍ରହଣ କରିଥିବା ଅନ୍ୟ ଦୁଇ ଶିକ୍ଷକ ଋଷି ମଣି ବାଣୁଆ , ଦୁର୍ଯୋଧନ ବାଗ ଙ୍କୁ ମଧ୍ୟ ଉପଢୌକନ ସହ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା|ତତ୍ ସଙ୍ଗେ ଚଳିତ ମାଟ୍ରିକ ପରୀକ୍ଷାରେ ବ୍ଲକ ରେ ସର୍ବୋଚ୍ଚ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ମୁଖି ଗୁଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀ ସୌମ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲାଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସି ଆର ସି ସି ସିଦ୍ଧାର୍ଥ ମିଶ୍ର, ତାପସ ପଣ୍ଡା ବରିଷ୍ଠ ସହାୟକ ବିଶ୍ଵନାଥ ପାଢ଼ୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ|ସି ଆର ସି ସି ଅନନ୍ତ ନାରାୟଣ ପଣ୍ଡା ସଭା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *