ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଅଭାବରୁ ଅସ୍ତିତ୍ୱ ହରାଇ ବସିଛି ଲଡୁଗାଁର ମନଭଙ୍ଗ ସାଗର

ଧର୍ମଗଡ(ସନତ ପ୍ରଧାନୀ): ଗ୍ରୀଷ୍ମ ପ୍ରବାହ ସାରା ରାଜ୍ୟ ରେ ଜାରି ରହିଛି ପ୍ରଚଣ୍ଡ ଖରା ଯୋଗୁଁ ଲୋକ ପାଣି ମୁନ୍ଦାଏ ପାଇଁ ଡ଼ହକ ବିକଳ ହେଉଛନ୍ତି। ଏହ ଭଳି ସମସ୍ୟା ରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଲଡୁଗାଁ ବାସୀ ମଧ୍ୟ ବାଦ ପଡ଼ି ନାହାନ୍ତି । ଗ୍ରାମବାସୀ ଙ୍କ ପାଇଁ ଜୀବନ ରେଖା ସାଜିଥିବା ମନଭଙ୍ଗ ସାଗର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହେବା କୁ ବସିଲାଣି।ପୋଖରି ରେ ଅଳିଆ ଆବର୍ଜନା ସହ ଦଳ ଭର୍ତ୍ତି ହେଇ ପାଣି ଦୂଷିତ ହୋଇ ଲୋକଙ୍କ ବ୍ୟବହାର ରେ ଆସୁ ନଥିବା ରୁ ଗାଧୋଇବା ସହ ନିତ୍ୟ ବ୍ୟବହାର ପାଇଁ ପାଣି ମିଲୁ ନଥିବା ଦୂଷିତ ପାଣି ରେ ଗାଧୋଇବା ପାଇଁ ବାଧ୍ୟ ହେଉଛନ୍ତି। ସୂଚନା ଅନୁସାରେ ଲଡୁଗାଁ ବନ୍ଦପଡ଼ା ରେ ଗୌନ୍ତିଆ ଅମଳ ରୁ ପ୍ରାୟ ୨୨ ଏକର ପରିମିତ ପୋଖରୀ ଖନନ କରି ଅଞ୍ଚଳ ର ଲୋକଙ୍କ ନିତ୍ୟ ବ୍ୟବହାର ରେ ଆସୁଥିଲା ।କାଳଦିକ୍ରମେ ଏବେ ପୋତି ହେବାକୁ ବସିଲାଣି ଅନାବନା ଘାସ ସହ ଦଳ ଓ ପଦ୍ମ ନାଡା ରେ ଭର୍ତ୍ତି ରହିଛି ପୋଖରୀ। ପୋଖରୀ କୁ ଲାଗି ଏକ ଶିବ ମନ୍ଦିର ଥିବାରୁ ଲୋକେ ଏଥିରେ ଗାଧୋଇବା ସହ ଶିବ ଦର୍ଶନ କରନ୍ତି।କୌଣସି ଶୁଭ କର୍ମ ହେଉ ଅବା ଯଜ୍ଞ ହୋମ ହେଉ ଲୋକେ ଏଠାକାର ପାଣି କୁ ପୂଜାର୍ଚ୍ଚନା କରି ମଣ୍ଡପ କୁ ନେଇ ପୁଜା କରିଥାନ୍ତି । ଏକଦା ଏହି ମନଭଙ୍ଗ ସାଗର ପାଣି କାଚକେନ୍ଦୁ ଭଳି ଥିଲା ଲୋକେ ପାଣି କୁ ପିଇବା ପାଇଁ ମଧ୍ୟ ବ୍ୟବହାର କରୁଥିଲେ। ଶୀତ ଦିନେ ଶହ ଶହ ବିଦେଶୀଙ୍କ ଆଗମନରେ ଓ କିଚିରି ମିଚିରି ଶବ୍ଦରେ ପରିବେଶ ଗୁଞ୍ଜରିତ ହୋଇ ଉଠୁଥିଲା । ପୋଖରୀ ର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ଅନୁଦାନ ଆସୁଥିଲେ ହେ ମରାମତି ହୋଇ ପାରୁନଥିବା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏନେଇ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିକ୍ରିୟା ମିଲିନ ଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ ପଚାରିବାରୁ ପୋଖରୀ ପୁନରୁଦ୍ଧାର ପାଇଁ ଅଧିକ ଅର୍ଥ ଦରକାର ପଡୁଛି ।କ୍ଷୁଦ୍ର ଜଳ ସେଚନ ବିଭାଗ କୁ ଅବଗତ କରିବା ସହ ରାଜ୍ୟ ସରକାର ଙ୍କୁ ମଧ୍ୟ ଅନୁଦାନ ଦେବା ପାଇଁ ଅବଗତ କରାଯାଇଛି ।ଅନୁଦାନ ଆସିଲେ କାମ ହେବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *