ଟିଟିଲାଗଡରେ ବିଦ୍ୟୁତ ବିଭ୍ରାଟ – ଲୋକେ ରାତିସାରା ହେଲେ ହଇରାଣ

ଟିଟିଲାଗଡ (ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ): ରବିବାର ରାତିରେ ହଠାତ୍ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା। ରାତି ପାଖା ପାଖି ସାଢ଼େ ବାରଟା ସମୟରୁ ବିଦ୍ୟୁତ କାଟ ହୋଇଥିଲା। ପ୍ରଥମେ ଘଣ୍ଟା ଟିଏ, ଦୁଇ ଘଣ୍ଟା ଯାଏଁ ଲାଇଟ ଆସି ନ ଥିଲା, ଏହାପରେ ଲୋକ ବିଭିନ୍ନ ସୋସିଆଲ ଗ୍ରୁପରେ ଲେଖିବା ଆରମ୍ଭ କଲେ ଯେ ଲାଇଟ କେତେବେଳେ ଆସିବ ? ଦୁଃଖର ବିଷୟ ବିଭାଗୀୟ ଅଧିକାରୀଙ୍କୁ ଯେତେ ପଚାରିଲେ ବି ଉତ୍ତର ଦେଲେ ନାହିଁ, ତାପରେ କେସିଙ୍ଗା ନଦୀ ଖଣ୍ଡିରେ ୩୩କେଭି ତାର ଛିଣ୍ଡିବା ଜଣେଇ ଥିଲେ। ତେବେ ତମାମ ରାତି ସାରା ଛୋଟ ଛୋଟ ଛୁଆ, ରୋଗୀ ମାନଙ୍କ ଦୁଃଖ କହିଲେ ନ ସରେ। ସକାଳୁ କାଳେ ବିଦ୍ୟୁତ ଆସିବ ବୋଲି ସହରବାସୀ ଅପେକ୍ଷା କରିଥିବା ବେଳେ ତାହା ମଧ୍ୟ ନିରାଶାରେ ପରିଣତ ହୋଇଥିଲା।

ତେବେ ଏହି ଖବର ପ୍ରଚାରିତ ହେବା ପରେ ଚାରିଆଡ଼େ କେବଳ ଗୋଟିଏ କଥା ଯେ ଯେତେ ଥର ମରାମତି ପାଇଁ କାମ କରୁଛନ୍ତି ଏହି ସବୁ ଜିନିଷ ଉପରେ କାହିଁକି ଧ୍ୟାନ ଦିଆ ଯାଉନି ? ବିଭିନ୍ନ ୱାର୍ଡରେ ବିଦ୍ୟୁତ ତାର ଓହଳି ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି। ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ କର୍ମଚାରୀ ମାନେ ମରାମତି କାର୍ଯ୍ୟ ଜାରି ରଖିଛନ୍ତି। ଅତି ଶୀଘ୍ର କାର୍ଯ୍ୟ ସମ୍ପନ୍ନ କରିବାକୁ ଚେଷ୍ଟା ଚଳାଇଛୁ ବୋଲି କହିଛନ୍ତି। ଗୋଟିଏ କଥା ଯେ ଟିଟିଲାଗଡରେ ଗ୍ରିଡ ସ୍ଥାପନ କରିଥିଲେ ଟିଟିଲାଗଡ଼ ସହର ବାସି ଆଜି ଏଭଳି ଦୁର୍ଦ୍ଦଶାରେ ଗତି କରିବାକୁ ପଡି ନ ଥାଆନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି। ସକାଳ ସାଢ଼େ ଦଶଟାରୁ ଘଣ୍ଟାଏ ଲେଖାଏଁ ଲାଇଟ ଯିବା ଆସିବା କରିବ ତାହା ପୁଣି ରାଜ ଖରିଆର ଠାରୁ ବିଦ୍ୟୁତ ଅଣାଯାଇ ବୋଲି ବିଭାଗ ପକ୍ଷରୁ ସୁଚନା ମିଳିଛି।

Leave a Reply

Your email address will not be published. Required fields are marked *