ନିର୍ବାଚନ ଆଚରଣ ବିଧି ଆଇନ କୁ ଖୁଲମ ଖୋଲା ଉଲଙ୍ଘନ, ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି

କୋରାପୁଟ (ରିପୋର୍ଟ: ଅନିତା ଦାସ): କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାବେରିବାଡ଼ି ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ସରକାର ଙ୍କ ତରଫରୁ ପ୍ରତି ମାସରେ ଦିଆଯାଉଥିବା ପିଡିଏସ୍ ଚାଉଳ ଓ ହିତାଧିକାରୀ ମାନଙ୍କ ପାଇଁ ନିର୍ବାଚନ ପୁର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏକ ହଜାର ଟଙ୍କା ସହ ଝୋଟ ବ୍ୟାଗ ଦିଆ ନ ଯାଇ ହଡପ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଆଧାର କରି କୋରାପୁଟ ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ l ଦୁର୍ନିତି କୁ ଦବାଇବା କୁ ରାତି ଅଧରେ ଗାଁ ରେ ଚାଉଳ ଓ ଝୋଟ ବ୍ୟାଗ ସହିତ ହିତାଧିକାରୀ ଙ୍କୁ ହଜାର ଟଙ୍କା ଲେଖାଏ ବାଣ୍ଟିଲେ ପିଇଓ ,ଯୋଗାଣ ସହାୟକ ଏବେ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି ଏହି ଅଧିକାରୀ l ଏବେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ୱେ ନିର୍ବାଚନ ଆଚରଣ ବିଧି ଆଇନ କୁ ଖୋଲମ ଖୋଲା ଉଲଙ୍ଘନ କରି ଗ୍ରାମରେ ଚାଉଳ, ପଇସା ସହ ବ୍ୟାଗ ବାଣ୍ଟି ବିବାଦ ରେ ଛନ୍ଦି ହୋଇଛନ୍ତି ପିଇଓ ଓ ଯୋଗାଣ ସହାୟକ l କାବେରୀବାଡ଼ି ପଞ୍ଚାୟତ ରେ ବିଭିନ୍ନ ଗ୍ରାମରେ ଲୋକ ମାନେ 7 ରୁ 8 ମାସ ଧରି ପିଡ଼ିଏସ ଚାଉଳ ପାଇନଥିବା ଘଟଣା ଜଣା ପଡିବା ପରେ ପିଇଓ ଓ ଯୋଗାଣ ଅଧିକାରୀ ନିଜ ମୁଣ୍ଡରୁ ଦୋଷ ହଟାଇବା ପାଇଁ ରାତି ଅଧାରେ ଗାଁ ଗାଁ ରେ ପଶି ଏ ସବୁ ସାମଗ୍ରୀ ବଣ୍ଟନ କରିଛନ୍ତି l ଉକ୍ତ ପଞ୍ଚାୟତ ର ପିଇଓ କୋରାପୁଟ ଜ଼ିଲ୍ଲା ପରିଷଦ ଅଧକ୍ଷା ସସ୍ମିତା ମେଲକା ଙ୍କ ଭାଇ ହୋଇଥିବାରୁ ପ୍ରଶାସନ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭୟ କରୁଛି ବୋଲି ବିରୋଧୀ କହିଛି l ନିର୍ବାଚନ ସମୟରେ ଜୀଏବି ନିୟମ ଭଙ୍ଗ କରିବ ଆଇନ ଅନୁସାରେ ତାଙ୍କୁ ଦଣ୍ଡ ବିଧାନ କରାଯିବା କଥା ଏହି ଘଟଣା ଉପରେ ଜ଼ିଲ୍ଲାପାଳ ଧ୍ୟାନ ଦେବା ପାଇଁ ବୁଦ୍ଧିଜୀବି ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *