ଜଣେ ପିଅନ ଓ ଜଣେ ସୁଇପର ଏବଂ ଫାର୍ମାସିଷ୍ଟ ଚାଲିଛି ଝାରବନ୍ଧ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ଝାରବନ୍ଧ ( ରିପୋର୍ଟ -କାର୍ତ୍ତିକ ବରିହା): ଆଜିର ଦୁନିଆରେ ଦ୍ୱତୀୟ ଭଗବାନ ହେଉଛନ୍ତି ଡାକ୍ତର ମାନେ, ହେଲେ ଏକ ପାଲଟା ଉଦାହରଣ ଦେଖିବାକୁ ମିଳିଛି। ଯାହାକି ଓଡିଶା ର ଶେଷସୀମା ଏବଂ ଛତିଶଗଡ ପଡୋଶୀ ରାଜ୍ୟ ଲାଗି ରହିଥିବା ଝାରବନ୍ଧ ବ୍ଲକ ଏକ ଗରିବ ଖଟିଖିଆ ଲୋକ ବସବାସ କରନ୍ତି । ଝାରବନ୍ଧ ଅଞ୍ଚଳର ଲୋକେ ଭରସା କରିଥାନ୍ତି ଝାରବନ୍ଧରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ, ହେଲେ ଏଠାରେ ଡାକ୍ତର ନାହିଁ । ଏଠାରେ ଜଣେ ପିଅନ ଓ ଜଣେ ସୁଇପର ଏବଂ ଜଣେ ଫାର୍ମାସିଷ୍ଟ ରେ ଚାଲିଛି ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଏଠାରେ ଲୋକ କେମିତି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଆପଣ ମାନେ ଜାଣିପାରୁଥିବେ , ହେଲେ ବର୍ତ୍ତମାନ ଝାରବନ୍ଧ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ପିଅନ ଜଣେ ମହିଳା ରୋଗୀଙ୍କୁ ସାଲାଇନ ଲଗାଉଥିବା ମଧ୍ୟ ଦେଖିବାକୁ ମିଳିଛି । ରୋଗୀ ର ଦୁଃଖର ବିଷୟ ଯେ ଜଣେ ପିଅନ କେମିତି ସାଲାଇନ ଲଗାଇପାରୁଛି ସେ ତ ଡାକ୍ତରି ପାଠ ପଢି ନାହିଁନ୍ତି , ତାହେଲେ ସାଲାଇନ ଲଗାଇବେ କେତେ ଦୂର ଯୁକ୍ତିଯୁକ୍ତ ଏଠାରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଯେ ଜଣେ ପିଅନ ଆଗରୁ ଏମିତି ସାଲାଇନ ଲଗାଉଥିବ ନା ଆଜି ସାଲାଇନ ଲଗାଇଥିଲେ ସେ ଟା ହିଁ ଜାଣିଥିବ । ଏଠି ରୋଗି ହିଁ ହଇରାଣ ହେଉଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଯଥାଶୀଘ୍ର ଡାକ୍ତର ନିଯୁକ୍ତି ଦେବାପାଇଁ ସାଧାରଣରେ ଦାବି ହୁଏ । ଖବର ପ୍ରସାରଣ ପରେ ଉପରିସ୍ତ ଅଧିକାରୀ କେତେ ତତ୍ପର ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *